ଦ୍ୱିତୀୟ ମା ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ

0 27

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚଳିତ ବର୍ଷ ଦୀର୍ଘ ୬ଦିନ ଧରି ଅନୁଷ୍ଠିତ ହୋଇଆସୁଥିବା ଦ୍ୱିତୀୟ ମା ଭୈରବୀ ମହୋତ୍ସବ ରବିବାର ଦିନ ଉଦଯାପିତ ହୋଇଯାଇଛି । ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଫଟୋ ପ୍ରତିମାକୁ ମଞ୍ଚରେ ଅତିଥିମାନଙ୍କ ଦ୍ୱାରା ପୁଷ୍ପ ମାଲ୍ୟର୍ପଣ ସହ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ମହୋତ୍ସବ ର ଉଦଯାପିତ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ, ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର,ଏବଂ ମହୋତ୍ସବ କମିଟି ସଭାପତି ଅଶୋକ କୁମାର ଅଗ୍ରୱାଲ ମଞ୍ଚାସୀନ ହୋଇଥିଲେ । ଏହି ଅବସରରେ ମହୋତ୍ସବ ର ଉଦ୍‌ଯାପିତ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିବା ମୁଖ୍ୟ ଅତିଥି ମାଁଙ୍କ କରୁଣା ମହିମା ଅପାର ଓ ବୌଦ୍ଧ ଜିଲ୍ଲା କଳା ସଂସ୍କୃତି ପରମ୍ପରା ଐତିହ୍ୟ ଜିଲ୍ଲା, ଏଠାରେ ସବୁ ପରିପୂର୍ଣ୍ଣ ଏବଂ ଏହି ମହୋତ୍ସବ ଆଗକୁ ଆଗକୁ ଅଧିକ ରୁଦ୍ଧିମନ୍ତ ହେଉ ବୋଲି ନିଜର ଅଭିଭାଷଣ ରଖିଥିଲେ । ଉଦଯାପିତ ସନ୍ଧ୍ୟାରେ ସୁନାମ ଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣର କାର୍ଯ୍ୟକ୍ରମ କରାଯାଇଥିଲା । ଦୁଇ ବର୍ଷ ହେଲା କରୋନା ମହାମାରୀ ପାଇଁ ମହୋତ୍ସବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମହୋତ୍ସବର ପ୍ରଥମରୁ ଶେଷ ପର୍ଯ୍ୟନ୍ତ ୬ଦିନ ଧରି ଶୀତୁଆ ସନ୍ଧ୍ୟାରେ ମୀନା ବଜାର, ପଲ୍ଲୀଶ୍ରୀ ମେଳା ଓ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ଷ୍ଟଲ୍‌ ଗୁଡିକରେ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଏପରିକି ମହୋତ୍ସବରେ ବ୍ୟବସାୟିକ କ୍ଷେତ୍ରରେ ଦେଖିବାକୁ ଗଲେ ଦୀର୍ଘ ୬ଦିନ ଧରି ବିଭିନ୍ନ ଷ୍ଟଲ ବ୍ୟବସାୟକୁ ଅନୁମାନ କଲେ ପ୍ରାୟ ୧କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବ୍ୟବସାୟିକ ହୋଇଥିବା ଅନୁମାନ କରାଯାଉଛି । ସେହିପରି ଭୈରବୀ ଡିଗ୍ରୀ କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣୀଆ ଓ କନିଷ୍ଠ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ମନୋଜ ପାଠୀ ଉଭୟ ମଞ୍ଚ ପରିଚାଳନା କରିଥିବା ବେଳେ କମିଟିର ସମ୍ପାଦକ ଅଶୋକ ସେଠି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉଦଯାପିତ ସନ୍ଧ୍ୟାରେ ଅଞ୍ଚଳର ବିଭିନ୍ନ ସମାଜସେବୀ, ପ୍ରଶାସନିକ କ୍ଷେତ୍ରରେ କୃତିଅର୍ଜନ କରିଥିବା ଛାତ୍ରୀ, ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ମହୋତ୍ସବକୁ ଆସିଥିବା ବିଭିନ୍ନ ଅନୁଷ୍ଠାନର ମୁଖ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବର ଶେଷ ସନ୍ଧ୍ୟାରେ ମହୋତ୍ସବ ଆବାହକ ସୁକାନ୍ତ ପଟ୍ଟନାୟକଙ୍କ ସମେତ, ବିଭୁଦତ୍ତ ବୋଷ, ସତୀଶ ବେହେରା, ସଜନ ଅଗ୍ରୱାଲା, କୈଳାସ ଅଗ୍ରୱାଲା, ସୁକାନ୍ତ ଦାସ, ମନୋଜ କୁମାର ସାହୁ, ମନୋଜ ପାଢି, ଶୁଭଜିତ୍‌ ପ୍ରଧାନ, ସୁବାସ କୁମାର ପ୍ରଧାନ, ଧିରେନ ପ୍ରଧାନ, ପ୍ରମୋଦ ମହାପାତ୍ର, ପୁରନ୍ଦର ଠେଲା, ଅମୂଲ୍ୟ ମିଶ୍ର, ପ୍ରଣବନ୍ଧୁ ସାହୁ, ବିଜୟ କହଁର, ପ୍ରଶାନ୍ତ ସେଠି, ସତ୍ୟ ନାୟକ, ପ୍ରଶାନ୍ତ ସେଠି, ବାଳକୃଷ୍ଣ ନାୟକ, ଭାଗବତ ମେହେର ପ୍ରମୁଖ କମିଟି ଅନନ୍ୟ ସଦସ୍ୟ, ଜୟଦୁର୍ଗା କ୍ଳବ, ଭୈରବୀ କ୍ଳବ, ଜଗନ୍ନାଥ କମିଟିର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

18 − 5 =