ବିକଳାଙ୍ଗ ମହିଳାଙ୍କୁ ମିଳୁନି ଆବାସ ଗୃହ

0 68

ପ୍ରାଖୋଲ : ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ଦୁନ୍ଦେଲ ଗ୍ରାମର କସ୍ତୁରି ସାହୁ( ବିକଳାଙ୍ଗ ) ଅର୍ନ୍ତଦୟ ଖାଉଟି କାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ଗୃହରୁ ବଞ୍ଚିତ ହୋଇଛନ୍ତି । କସ୍ତୁରି ସାହୁ ଜଣେ ବିକଳାଙ୍ଗ ମହିଳା ହୋଇଥିବାରୁ କୌଣସି କାମଧନ୍ଦା କରିପାରୁନାହାନ୍ତି । ବିକଳାଙ୍ଗ ମହିଳାଙ୍କ ସାହା ଭରସା କେହିନାହାନ୍ତି । ସରକାରଙ୍କ ମାସିକ ୫କେ.ଜି ଚାଉଳରେ ସେ ଚଳି ପାରୁନାହାନ୍ତି । ବର୍ତ୍ତମାନ ଭଙ୍ଗାଦଦରା ମାଟିକୁ କୁଡିଆରେ ପଡ଼ିରହି ଆସୁଅଛନ୍ତି । ଘର ଖଣ୍ଡେ ପାଇଁ ଖପ୍ରାଖୋଲ ପଞ୍ଚାୟତ ସମିତିକୁ ଦଉଡି ଦଉଡି ଥକି ଗଲେଣି । ତାଙ୍କ କଥା କେହି ଶୁଣୁନାହାନ୍ତି ।

hiring

ଚଙ୍ଗରିଆ ପଞ୍ଚାୟତ ଦୁନ୍ଦେଲ ଗ୍ରାମ ଠାରୁ ଖପ୍ରାଖୋଲ ବ୍ଳକ ର ଦୂରତା ୭୦ କିଲୋମିଟର ବିକଳାଙ୍ଗ ମହିଳା ବହୁତ ଦୁଃଖ କଷ୍ଟରେ ଆସୁଛନ୍ତି । ତାଙ୍କ ନାମରେ ଅର୍ନ୍ତଦୟ ଖାଉଟି କାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର ହେଲେ ସୁରୁଖୁରୁରେ ମାସ ସାରା ଚଳିପାରିବେ ବୋଲି ସେ କୋହଭରା କଣ୍ଠରେ ଆମ ଗଣମାଧ୍ୟମ ପ୍ରତିନିଧି ଆଗରେ ପ୍ରକାଶ କରିଛନ୍ତି । ତେଣୁ ଏହି ବିକାଳଙ୍ଗ ମହିଳାଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେଲେ ସେ ଆଗାମୀ ଦିନରେ ଚଳିପାରିବେ ବୋଲି ଅଂଚଳବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 − 5 =