ଆରମ୍ଭ ହେଲା କୁଆଁରିଆ ମହୋତ୍ସବ-୨୦୨୨, ଘୁମୁରା ସାଙ୍ଗକୁ ବିରିଲି ନୃତ୍ୟ ଦର୍ଶକଙ୍କ ମନ ମୋହିଲା

0 246

ଦଶପଲ୍ଲା : ଦଶପଲ୍ଲାର ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଶେଷ ହୋଇଥିବାବେଳେ ଗତକାଲିଠାରୁ ଆରମ୍ଭ ହୋଇଯାଇଛି କୁଆଁରିଆ ମହୋତ୍ସବ – ୨୦୨୨ ଓ ପଲ୍ଲିଶ୍ରୀ ମେଳା । ସ୍ଥାନୀୟ ଗାନ୍ଧୀ ମଇଦାନଠାରେ ଆୟୋଜିତ ଉତ୍ସବର ଉଦଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷୀ ଓ ଉଚ୍ଚିକ୍ଷା ମନ୍ତ୍ରୀ ଡ . ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ସେହିଭଳି ମୁଖ୍ୟବକ୍ତା ଶ୍ରୀଜଗନ୍ନାଥ ଗବେଷକ କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ଉପାଧ୍ୟକ୍ଷ ଅନୁପମା ବେହେରା , ଜିଲ୍ଲା ପରିଷଦ ସଭ୍ୟ ବସନ୍ତ କୁମାର ପ୍ରଧାନ, ବିଡିଓ ବିଶ୍ୱରଂଜନ ବିଶ୍ୱାସ ପ୍ରମୁଖ ଯୋଗ ଦେଇଥିଲେ ।

hiring

ସଭାପତି ତଥା ବିଧାୟକ ରମେଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉଦଘାଟନୀ ଉତ୍ସବରେ କଳାହାଣ୍ଡିର ଘୁମୁରା ନୃତ୍ୟ ସାଙ୍ଗକୁ ଦୁରିଆ ଜନଜାତିଙ୍କ ଦ୍ୱାରା ‘ବିରିଲି ନୃତ୍ୟ ’ ଦର୍ଶକଙ୍କ ମନ ମୋହିଥିଲା । କେନ୍ଦ୍ରାପଡାର ଗଡ୍‌ ମେକର୍‌ ଏବଂ ଖୋର୍ଦ୍ଧା ଜିଲ୍ଲାର ସମ୍ବଲପୁରୀ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

4 × 1 =