କେଜିଏଫ-୨ ଆଗରେ ମୁଣ୍ଡ ନୁଆଁଇଲା ସାରା ବଲିଉଡ, ୮ ଦିନରେ କଲାଣି ଏତିକି ରୋଜଗାର

0 95

ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଛି କେଜିଏଫ-୨ । ଏହି ଫିଲ୍ମ ବହୁ ବଡ ବଡ ରେକର୍ଡ ସୃଷ୍ଟି କଲାଣି । କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ-୨ ରିଲିଜ ହେବାର ଏକ ସପ୍ତାହରୁ ଅଧିକ ସମୟ ଅତିବାହିତ ହୋଇଗଲାଣି । ମାତ୍ର ୭ ଦିନ ମଧ୍ୟରେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୨୫୫ କୋଟି ମାର୍କ ଅତିକ୍ରମ କରିସାରିଲାଣି । ଏକ ସପ୍ତାହ ମଧ୍ୟରେ, କେଜିଏଫ-୨ ସମସ୍ତ ବଲିଉଡ ଚଳଚ୍ଚିତ୍ରକୁ ଅତିକ୍ରମ କରିଛି । ଏହି ଚଳଚ୍ଚିତ୍ରଟି ବାହୁବଳୀ-୨, ଦଙ୍ଗଲ ଏବଂ ଟାଇଗର ଜିନ୍ଦା ହୈ ଭଳି ଚଳଚ୍ଚିତ୍ରର ରେକର୍ଡକୁ ଏକ ସପ୍ତାହ ମଧ୍ୟରେ ଭାଙ୍ଗି ଦେଇଛି । ବର୍ତ୍ତମାନ କେଜିଏଫ-୨ ର ଅଷ୍ଟମ ଦିନର ରୋଜଗାର ପ୍ରକାଶ ପାଇଛି । ଏହି ଫିଲ୍ମ ଖୁବଶୀଘ୍ର ୩୦୦ କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଛି ।
ବାଣିଜ୍ୟ ବିଶ୍ଳେଷକ ତାରନ ଆଦର୍ଶ ଟ୍ୱିଟରରେ କେଜିଏଫ-୨ ର ୮ ମ ଦିନର ସଂଗ୍ରହକୁ ସେୟାର କରିଛନ୍ତି । ତାରନ୍‌ ଆଦର୍ଶ ଟ୍ୱିଟ୍‌ କରି କହିଛନ୍ତି, ‘କେଜିଏଫ୍‌ ୨ ସପ୍ତାହ ଶେଷରେ ଅନେକ ରେକର୍ଡ ଭାଙ୍ଗିଛି । କରୋନା ମହାମାରୀ ପରେ ଏହା ସର୍ବାଧିକ ଆୟକର ଚଳଚ୍ଚିତ୍ରରେ ପରିଣତ ହୋଇଛ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହି ଫିଲ୍ମ ଗୁରୁବାର ଦିନ ୫୩.୯୫ କୋଟି, ଶୁକ୍ରବାର ଦିନ ୪୬.୭୯ କୋଟି, ଶନିବାର ଦିନ ୪୨.୯୦ କୋଟି, ରବିବାର ଦିନ ୫୦.୩୫ କୋଟି, ସୋମବାର ୨୫.୫୭ କୋଟି ରୋଜଗାର ହୋଇଛି । ମଙ୍ଗଳବାର ଦିନ ୧୯.୧୪ କୋଟି, ବୁଧବାର ଦିନ ୧୬.୩୫ କୋଟି ଏବଂ ଗୁରୁବାର ଦିନ ୧୩.୫୮ କୋଟି ରୋଜଗାର କରିଛି । ଏହିପରି କେଜିଏଫ-୨ ୮ ଦିନ ମଧ୍ୟରେ ମୋଟ ୨୬୮.୬୩ କୋଟି ବ୍ୟବସାୟ କରିଛି ।

hiranchal ad1
Leave A Reply

Your email address will not be published.

17 + 20 =