ଖରାଛୁଟିକୁ ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

0 202

ଭୁବନେଶ୍ୱର : ଜୁନ ବଦଳରେ ମେ ମାସରେ ଖରା ଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଲାଣି । ପରିସ୍ଥିତି ଯଦି ସେମିତି ଆସେ ତାହାଲେ ବିଭାଗ ସେନେଇ ବିଚାର କରିବ। କିନ୍ତୁ ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ ଦାଶ।

hiring

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ କରୋନା ପ୍ରଭାବ ସେଭଳି ନାହିଁ। ସ୍ଵାସ୍ଥ୍ୟ ବିଭାଗ ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି। ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନି।  ଏ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ବତନ୍ତ୍ର ପୁସ୍ତିକା । ଯେଉଁଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ।

ସେହିପରି  ମେ ମାସରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ। ଉଦେଶ୍ୟ ହେଲା ଦୁଇ ବର୍ଷର ପିଲାଙ୍କ ପାଠ ପଢା କ୍ଷତି ଭରଣା କରିବା ।  ଏହା କେବଳ ଖରା ଛୁଟି ସମୟରେ ହେବାକୁ ଥିବା କ୍ଲାସ ରେ କେବଳ ପଢ଼ାଯିବନି, ପୁରା ସେସନରେ ଏହି ପାଠ ପଢ଼ାଯିବ।

hiranchal ad1
Leave A Reply

Your email address will not be published.

20 + two =