ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କୁ ହତ୍ୟା ଓ ଲୁଟ

0 113

କରଞ୍ଜିଆ: କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ସହରର ଏକ ନମ୍ବର ଓା୍ୱର୍ଡରେ ଜଣେ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀଙ୍କୁ ହତ୍ୟା ଏବଂ ତାଙ୍କ ଘରୁ ଲୁଟ ହୋଇଥିବା ଖବରରୁ ଜଣାପଡିଛି । ଘଟଣା ଏହିକି ଯେ କରଞ୍ଜିଆ ବ୍ଲକ ବଳା ପଞ୍ଚାୟତ କିଆ ଗାଁର ଜଗବନ୍ଧୁ ମହାନ୍ତ ଦୈନିକ ତାଙ୍କ ପୁଅ ରମାକାନ୍ତ ମହାନ୍ତ ତେଲେଙ୍ଗାନା ରାଜ୍ୟ ବିଶାଖାପାଟଣାରେ କାର୍ଯ୍ୟରତ ଥିବାରୁ ତାଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଗୃହକୁ ରାତିରେ ଜଗିବାକୁ ଯାଇଥାନ୍ତି । ଗତକାଲି ରାତିରେ ମଧ୍ୟ ଜଗବନ୍ଧୁ ସେଠାରେ ଥିଲେ । ଆଜି ସକାଳୁ ତାଙ୍କ ଘର ଲୋକ କିଆ ଗାଁରୁ ଯେତେ ଫୋନ୍‌ କଲେ ମଧ୍ୟ ସେ ଉଠାଇ ନଥିଲେ । ତେଣୁ ତାଙ୍କ ଘର ପଡେ଼ାଶୀ ଘର ଲୋକଙ୍କ ପାଖକୁ ଫୋନ କରି କାହିଁକି ଉଠାଉ ନାହାଁନ୍ତି ବୋଲି ଦେଖିବାକୁ କହିଥିଲେ । ପାଖ ପଡୋଶୀ ଯେତେ ଡାକିଲେ ବି କେହି ନଶୁଣିବାରୁ ପ୍ରାଚୀର ଡେଇଁ ଆସି ଦେଖନ୍ତି ତ ଜଗବନ୍ଧୁଙ୍କ ରକ୍ତାକ୍ତ ଶରୀର ପଡ଼ିଥିବା ଦେଖି ଘର ଲୋକଙ୍କୁ କହିଥିଲେ । ଘର ଲୋକେ ଆସି ଦେଖିବା ପରେ ଘରୁ ଲୁଟ ହୋଇଥିବା ବିଷୟରେ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ୍‌ କରିବା ସହ ଫରେନସିକ ବିଭାଗକୁ ଖବର ଦେଇଥିଲେ । ଫରେନସିକ ବିଭାଗ ପହଁଞ୍ଚି ଘଟଣାର ଅଧିକ ତଦନ୍ତ କରିବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

9 + thirteen =