କଲେଜ୍‌ ଛାତରୁ ପଡ଼ି ଛାତ୍ର ଗୁରୁତର

0 159

ପୁରୀ: ମାଙ୍କଡ ଗୋଡାଇବାରୁ ଛାତରୁ ଡେଇଁ ପଡିଲେ ଛାତ୍ର । ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଆହତ ହୋଇଥିବା ଛାତ୍ର ଜଣକ ହେଉଛନ୍ତି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ବିଶାଳ କୁମାର । ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ବିଶାଳଙ୍କୁ ତାଙ୍କ ସହଯୋଗୀ ମାନେ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ତାଙ୍କ ଦୁଇ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି । ତେବେ କଲେଜରେ କ୍ଲାସ ସାରି ବିଶାଳ ରୁମକୁ ଯାଉଥିବା ସମୟରେ ତାଙ୍କୁ ମାଙ୍କଡ ଗୋଡାଇଥିଲା । ମାଙ୍କଡ କାମୁଡି ଦେବା ଭୟରେ କଲେଜର ପ୍ରଥମ ମହଲା ଛାତରୁ ବିଶାଳ ତଳକୁ ଡେଇଁ ପଡିଥିଲେ । ସେଠାରେ ଥିବା ଅନ୍ୟ ଛାତ୍ରମାନେ କଲେଜର ସୁପରିଟେଣ୍ଡେଣ୍ଟଙ୍କୁ ଜଣାଇଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ବିଶାଳଙ୍କୁ ସଙ୍ଗେ ସଙ୍ଗେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣା ବିଷୟରେ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଥିବା ଶ୍ରୀଜଗନ୍ନାଥ ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟ କହିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen + 4 =