ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଦ.ଆଫ୍ରିକା ଦଳ ଘୋଷଣା

0 100

ନୂଆଦିଲ୍ଲୀ : ଆସନ୍ତା ମାସ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ ଖେଳାଯିବ । ଏହି ସିରିଜ୍‌ ପାଇଁ ଦକ୍ଷିଣ ଆଫ୍ରିକା ୧୬ ଜଣିଆ ଦଳ ଘୋଷଣା କରିଛି । ପ୍ରଥମ ଥର ପାଇଁ ଦଳରେ ଟ୍ରଷ୍ଟାନ୍‌ ଷ୍ଟବ୍ସ ସ୍ଥାନ ପାଇଥିବେଳେ ଏନରିଚ ନର୍ଖିଆ ଦଳକୁ ଫେରିଛନ୍ତି । ୧୬ ସଦସ୍ୟ ବିଶିଷ୍ଟ ଦଳର ଅଧିକାଂଶ ଖେଳାଳି ବର୍ତ୍ତମାନ ଭାରତରେ ଅଛନ୍ତି ଏବଂ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ ରେ ଖେଳୁଛନ୍ତି । ଆଇପିଏଲ୍‌ ୨୦୨୨ର ଅନ୍ତିମ ମ୍ୟାଚ୍‌ ୨୯ ମଇରେ ଖେଳାଯିବ । ଟିମ୍‌ ଇଣ୍ଡିଆରୁ ଏହି ସିରିଜ୍‌ ପାଇଁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି ।
ଦକ୍ଷିଣ ଆଫ୍ରିକା ଟି -୨୦ ଦଳ: ଟେମ୍ବା ବାଭୁମା (କ୍ୟାପଟେନ୍‌), କ୍ୱିଣ୍ଟନ୍‌ ଡି କକ୍‌, ରେଜା ହେଣ୍ଡ୍ରିକ୍ସ, ହେନ୍ରିଚ୍‌ କ୍ଲାସେନ୍‌, କେଶଭ ମହାରାଜ, ଆଡେନ ମାର୍କ୍ରାମ, ଡେଭିଡ ମିଲର, ଲୁଙ୍ଗି ନିଗିଡି, ଏନରିଚ ନର୍ଖିଆ, ୱେନ ପାର୍ନେଲ, ଡ୍ୱେନ ପ୍ରିଟୋରିଅସ, କାଗିସୋ ରାବାଡା, ତାବାରିଜ ଶାମସି , ରସି ଭାନ୍‌ ଡେର୍‌ ଡୁସେନ୍‌, ମାର୍କ ଜାନସେନ୍‌ ।
ବିରାଟ କୋହଲି, ଜସପ୍ରୀତ ବୁମ୍ରା, ଋଷଭ ପନ୍ତ, କେ.ଏଲ୍‌ ରାହୁଲ, ମହମ୍ମଦ ଶାମି, ରବିଚନ୍ଦ୍ରନ୍‌ ଅଶ୍ୱିନ୍‌, ରବିନ୍ଦ୍ର ଜାଡେଜା ଏବଂ ଚେତେଶ୍ୱର ପୂଜାରାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ରାମ ଦିଆଯାଇପାରେ । ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ଟି -୨୦ ମ୍ୟାଚରେ ଯେଉଁ ଖେଳାଳିମାନେ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ସ୍ଥାନ ମିଳିବ । ଶିଖର ଧାୱନଙ୍କ ଅଧିନାୟକତ୍ୱରେ ତିଲକ ବର୍ମା, ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂ ଦଳରେ ସ୍ଥାନ ପାଇବେ ବୋଲି କୁହାଯାଉଛି । ଚୟନକର୍ତ୍ତାଙ୍କ ବୈଠକ ପୂର୍ବରୁ ଆଇପିଏଲରେ ଆହତ ହୋଇଥିବା ସୂର୍ଯ୍ୟକୁମାର ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ନିହାତି ବୁଝିବ ।

hiranchal ad1
Leave A Reply

Your email address will not be published.

3 × 4 =