କୁମୁରକାନିରେ ଅଷ୍ଟପ୍ରହର ନାମଯଜ୍ଞ ଓ ପାରାୟଣ

0 310

ବାଉଁଶୁଣୀ : ବୌଦ୍ଧ ବ୍ଲକ ଖଲିଆପାଲି ପଞ୍ଚାୟତ କୁମୁରକାନି ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ଓ ସୁନ୍ଦରାକାଣ୍ଡ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ସୋମବାର ଅନୁଷ୍ଠିତ ନାମଯଜ୍ଞରେ ସନ୍ତୋଷ ମଲ୍ଲିକ ଓ ତାଙ୍କ ପତ୍ନୀ ଲୀଳାବତୀ ମଲ୍ଲିକ କର୍ତ୍ତା ଦାୟିତ୍ୱ ତୁଲାଇ ଥିବାବେଳେ ପୂଜକ ବୁଦ୍ଧଦେବ ମିଶ୍ର, ହେମନ୍ତ ମିଶ୍ର, ଦଶରଥ ମିଶ୍ର ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ସେହିପରି ମଙ୍ଗଳବାର ଅନୁଷ୍ଠିତ ରାମାୟଣ ପାରାୟଣରେ ପୁରାଣ ଗାୟିକା ପ୍ରାପ୍ତି ଆଚାର୍ଯ୍ୟ ପାରାୟଣ ଗାୟନ କରିଥିବା ବେଳେ ବିଜ୍ଞଶ୍ରୀ ବାରିକ ଓ ଅବନିକାନ୍ତ ବଗର୍ତ୍ତି ପାରାୟଣ ଗାୟନରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କୁମୁରକାନି ଗ୍ରାମର ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

18 − 17 =