ସଡକ ଦୁର୍ଘଟଣାରେ ଗୋଟିଏ ପରିବାରରୁ ୫ ମୃତ

0 152

ଚଣ୍ଡୀଗଡ: ହରିୟାଣା ରେୱାଡି ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପିଟିଲା କ୍ରୁଜର । ଦୁର୍ଘଟଣାରେ ୫ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ଜଣାପଡିଛି । ଆଜି ରେୱାଡି ଜିଲ୍ଲାର ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ଏହି ଅଘଟଣ ଘଟିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

hiring

ସୂଚନା ଅନୁସାରେ, ରାଜସ୍ଥାନ ଜୟପୁରର ଏକ ପରିବାର ଅସ୍ଥି ବିସର୍ଜନ ପାଇଁ ଗୋଟିଏ କ୍ରୁଜର ଯୋଗେ ହରିଦ୍ବାର ଯାଇଥିଲେ । କ୍ରୁଜରରେ ସମ୍ପୃକ୍ତ ପରିବାର ଏବଂ ତାଙ୍କ ସମ୍ପର୍କୀୟଙ୍କ ମିଶାଇ ମୋଟ ୧୭ ଜଣ ଥିଲେ । ଅସ୍ଥି ବିସର୍ଜନ କରି ଫେରୁଥିବା ସମୟରେ ଆଜି ସକାଳେ ଦିଲ୍ଲୀ-ଜୟପୁର ରାଜପଥରେ ଗାଡିଟି ରାସ୍ତାକଡରେ ଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । ଫଳରେ ୫ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

hiranchal ad1
Leave A Reply

Your email address will not be published.

four × 4 =