ଜିଲ୍ଲାସ୍ତରୀୟ କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପ୍ରସ୍ତୁତି ବୈଠକ

0 46

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ପିଏ ଆଇଟି ଡିଏ ଫାଲଗୁନି ମାଝୀ, ଜିଲ୍ଲା କ୍ରୀଡା ଅଧିକାରୀ ନଟବର ଗରଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।
ଉକ୍ତ ବୈଠକରେ କ୍ରୀଡା ଛାତ୍ରବାସ ଚୟନ ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏଥିରେ ୧୨୫ଜଣ କ୍ରୀଡାବିତ୍‌ ଗଜପତି, ଗଞ୍ଜାମ, କୋରାପୁଟ ଏବଂ ମାଲକାନଗିରି ଏହି ଚାରି ଗୋଟି ଜିଲ୍ଲାରୁ ଅଂଶଗ୍ରହଣ କରିବେ । ଗଜପତି ଜିଲ୍ଲାର ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଆଲୋଚନାରେ ଉପସ୍ଥିତ ଥିଲେ । ବୈଠକରେ ଉକ୍ତ ନିଷ୍ପତ୍ତି କ୍ରମେ ଆସନ୍ତା ମାସ ୨ତାରିଖରେ ସ୍ଥାନୀୟ ଗଜପତି ଷ୍ଟାଡିୟମକୁ କ୍ରୀଡା ଛାତ୍ରବାସ ଚୟନ ପ୍ରକ୍ରିୟା ନିମନ୍ତେ ସ୍ଥାନ ନିରୂପଣ କରାଗଲା ।

hiranchal ad1
Leave A Reply

Your email address will not be published.

seventeen + eleven =