ଜିଲ୍ଲାସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

0 76

ବୌଦ୍ଧ,୨୮/୬- ବୌଦ୍ଧ ଜିଲ୍ଲାରେ“ଶିଶୁଙ୍କ ପାଇଁ ଦିନଟିଏ”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶିଶୁସୁରକ୍ଷା କମିଟିର ବୈଠକ, କିଶୋର/କିଶୋରୀ ଦକ୍ଷତାବୃଦ୍ଧି ଓ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସ, ଶିଶୁଶ୍ରମିକ ନିଷେଧ ଟାସ୍କଫୋର୍ସ ଓ ଚାଇଲ୍ଡଲାଇନ ପରାମର୍ଶମଣ୍ଡଳୀ, ତ୍ରୟୋମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ ୍ରମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜିଲା୍ଲରେ ବାଲ୍ୟବିବାହ, ଶିଶୁଶ୍ରମିକ ମୁକ୍ତଜିଲ୍ଲା ଗଠନ କରିବା ପାଇଁ ବିଭଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଯୋଗଦେଇ ଶିଶୁମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନଯୋଜନାରେ ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଶିଶୁସୁରକ୍ଷା ସୁନିଶ୍ଚିତ କରିବାପାଇଁ ପରାମର୍ଶ ଦେଇଥିଲେ । ଏହିକାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥିି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର ଯୋଗଦେଇ ଜିଲ୍ଲାରେ ବାଲ୍ୟବିବାହକୁ ରୋକିବାପାଇଁ ହେଲେ ବ୍ୟାପକ ସଚେତନତା କରିବାସହିତ ପଂଚାୟତ ସ୍ତରୀୟ ଶିଶୁସୁରକ୍ଷା କମିଟିଗୁଡିକୁ ଅଧିକ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରମ ଅଧିକାରୀ ଶ୍ରୀ ପ୍ରଧାନ ଯୋଗଦେଇ ଶିଶୁଶ୍ରମିକ ରୋକିବା ପାଇଁ ବାର୍ଷିକଯୋଜନା ଉପସ୍ଥାପନା କରିବାସହ ଆଗାମୀ ଦିନରେ ଜିଲ୍ଲାରେ ଶିଶୁଶ୍ରମିକ ରୋକିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଜାରିରହିବ ବୋଲି ଆଭିମୁଖ୍ୟ ରଖିଥିଲେ । ଆଶୀର୍ବାଦ ଯୋଜନାରେ ବର୍ତମାନ ପଯ୍ୟନ୍ତ ଜିଲ୍ଲାରେ୮୮୧ ଜଣ ହିତାଧିକାରୀଙ୍କୁ ସହାୟତା ଦିଆଯାଉଥିବାନେଇ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ସୂଚନା ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଉପ-ଜିଲ୍ଲାପାଳ, ଏସ.ଡି.ପି.ଓ, ଗୋଷ୍ଠିଉନ୍ନୟନ ଅଧିକାରୀ ବୌଦ୍ଧ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସି.ଡି.ପି.ଓ ବୌଦ୍ଧ, କଂଟାମାଳ ଓ ହରଭଙ୍ଗା, ସ୍ୱେଚ୍ଛାସେବି ଅନୁଷ୍ଠାନ ଏଲ.କେ.ବି.କେର ସମ୍ପାଦିକା, ଏକ୍ସନ.ଏଡ ଜିଲ୍ଲା ପ୍ରତିନିଧି ଏବଂ ୱାଇସିଡିଏ, ରେଆରର କର୍ମଚାରୀ ଉପସ୍ଥିତ ଥିଲେ । ଶିଶୁଟିଏ କୌଣସି ପରିସ୍ଥିତିରେ ଅସୁରକ୍ଷିତ ମଣିଲେ ଓ ଅସୁବିଧାରେ ଦେଖିଲେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ତଥା ସ୍ଥାନୀୟ ପୋଲିସ୍‌, ଚାଇଲ୍ଡଲାଇନ-୧୦୯୮ କିମ୍ବା ଶିଶୁସୁରକ୍ଷା ୟୁନିଟ୍‌କୁ ତୁରନ୍ତ ସୁଚନା ଦେବାପାଇଁ ମତପ୍ରକାଶ ପାଇଥିଲା । ଏହି ଅବସରରେ ଉଭୟ ପିତାମାତା, ପିତା କିମ୍ବା ମାତା ହରାଇଥିବା ୩ଜଣ ଶିଶୁଙ୍କୁ ମିଶନ ବାତ୍ସଲ୍ୟ ଯୋଜନାରେ ପୃଷ୍ଠପୋଷକତା ସହାୟତାରାଶି ଜିଲ୍ଲାପାଳଙ୍କଦ୍ୱାରା ଶିଶୁମାନଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସହଦେବ ନାଏକ, ବସନ୍ତ ଦିଶିରି, ଚିତ୍ରସେନ ସାହୁ, ସତ୍ୟନାରାୟଣ ନାଏକ ସହଯୋଗ କରିଥିବାବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

three × 1 =