ଆବୁଧାବିରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

0 38

ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଗସ୍ତ ଶେଷ କରି ଆଜି ୟୁଏଇରେ ପହଞ୍ଚିଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ୟୁଏଇର ରାଷ୍ଟ୍ରପତି ନିଜେ ବିମାନ ବନ୍ଦରରେ ପହଞ୍ଚିଥିଲେ । ସବୁ ପ୍ରୋଟକଲକୁ ଭାଙ୍ଗି ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଅଲ ନାହୟାନ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ପ୍ରଫେଟ୍‌ ମହମ୍ମଦ ବିବାଦ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ଏକ ମୁସଲିମ ଦେଶ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ପୂର୍ବତନ ରାଷ୍ଟ୍ରପତି ଶେଖ ଖଲିଫାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଛନ୍ତି । ଗତ ମେ ୧୩ ତାରିଖରେ ଶେଖ ଖଲିଫାଙ୍କ ଦେହାନ୍ତ ହୋଇଥିଲା । ଶେଖ ଖଲିଫାଙ୍କ ନିଧନ ପରେ ଶେଖ ମହମ୍ମଦ ୟୁଏଇର ରାଷ୍ଟ୍ରପତି ହୋଇଛନ୍ତି । ତେବେ ଶେଖ ଖଲିଫା ଅସୁସ୍ଥ ଥିବା ସମୟରେ ଶେଖ ମହମ୍ମଦ ପ୍ରକୃତ ଶାସକ ଭାବେ ସବୁ କାମ ସମ୍ଭାଳିଥିଲେ । ଶେଖ ମହମ୍ମଦଙ୍କୁ ଫେଡେରାଲ ସୁପ୍ରିମ କାଉନସିଲ ଦ୍ୱାରା ଚୟନ କରାଯାଇଛି । ଏହାପରେ ୧୯୭୧ରେ ବାପାଙ୍କ ଦ୍ୱାରା ପ୍ରତିଷ୍ଠିତ ତେଲ ସମୃଦ୍ଧ ଦେଶର ଶାସକ ଭାବେ ଶେଖ ମହମ୍ମଦଙ୍କ ଚୟନ ହୋଇଥିଲା । ଶେଖ ମହମ୍ମଦ ଏମବିଜେଡ୍‌ ନାଁରେ ମଧ୍ୟ ପରିଚିତ । ଶେଖ ମହମ୍ମଦ ନିଜର ଅୟଲ ଫଣ୍ଡିଂ ଶକ୍ତିର ଉପଯୋଗ ଏବଂ କଡ଼ା ବିଦେଶ ନୀତିକୁ ବିକଶିତ କରିବା ସବ ବିଭିନ୍ନ ମଞ୍ଚରେ ୟୁଏଇର ପରିଚୟ ବଢାଇବାକୁ ପ୍ରସାୟ କରିଛନ୍ତି । ଏହି ନୀତିର ପରିଣାମ ହିଁ ୟୁଏଇ ଜଣେ ବ୍ୟକ୍ତିକୁ ମହାକାଶକୁ ପଠାଇ ପାରିଛି, ମଙ୍ଗଳ ଗ୍ରହକୁ ମିଶନ ପଠାଇଛି ।

hiranchal ad1
Leave A Reply

Your email address will not be published.

14 − five =