ଆଉ ୪ରୁ ୫ ଦିନ ପ୍ରଚଣ୍ଡ ତାତି ରହିବ : ଆଏମଡି ଡିଜି

0 51

ଭୁବନେଶ୍ୱର: ସାରା ରାଜ୍ୟକୁ କଲବଲ କରୁଛି ତାତି । ଟାଣ ଖରା ସହ ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ଜନଜୀବନ । ସାରା ରାଜ୍ୟରେ ଅଗ୍ନିବର୍ଷା । ଡହଡହ ଖରା ସହ ଝାଞ୍ଜିରେ ଅସ୍ତବ୍ୟସ୍ତ ଜନଜୀବନ । ଖରା ଏମିତି ହେଉଛି ଯେ ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ । ଏହା ଭିତରେ ଏକ ବଡ଼ ସୂଚନା ଦେଇଛନ୍ତି ଆଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର । ତାଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଆଉ ୪ରୁ ୫ ଦିନ ପ୍ରଚଣ୍ଡ ତାତି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୧ରୁ ୨ ଡିଗ୍ରୀ ବଢିପାରେ ।  ମାତ୍ର ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ହିଟ ୱେଭ ସମ୍ଭାବନା ନାହିଁ ।  ଏହି ସମୟରେ ଘଡ଼ଘଡ଼ି ସହ ଯେଉଁ ବର୍ଷା ହୋଇଥାଏ ତାହା କମ ରହିଛି । ଦକ୍ଷିଣ ଓ ଉପକୂଳରେ ଆଗାମୀ ୫ ଦିନ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । 

hiranchal ad1
Leave A Reply

Your email address will not be published.

ten + 3 =