ଅବସରପ୍ରାପ୍ତ ଶିକ୍ଷକ ସିଦେ୍ଧଶ୍ୱର ପୁରୋହିତଙ୍କ ପରଲୋକ

0 365

ଜହ୍ନାପଙ୍କ:ବୌଦ୍ଧ ଜିଲ୍ଲା କାଲେଶ୍ୱର ନିବାସୀ ତଥା ଅବସରପ୍ରାପ୍ତ ଶିକ୍ଷକ ସିଦେ୍ଧଶ୍ୱର ପୁରୋହିତଙ୍କ ୭୫ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି । ସେ ୧୯୪୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ୧୯୬୬ ମସିହାରେ ବଲାଙ୍ଗୀର ଜିଲ୍ଲାର ସୁଖା ହାଇସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ପରେ ୧୯୬୮ ମସିହାରେ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ୩୧.୩ ୨୦୦୫ ମସିହାରେ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠା, ଛାତ୍ରବତ୍ସଳ, ଅମାୟିକ ଓ ମେଳାପୀ ଶିକ୍ଷକ ଭାବେ ଜହ୍ନାପଙ୍କ ଅଞ୍ଚଳରେ ବେଶ ପରିଚିତ ଥିଲେ । ମୃତ୍ୟୁ ବେଳେ ତାଙ୍କର ଧର୍ମ ପତ୍ନୀ, ପୁଅ,ପୁତ୍ର ବଧୂ ଏବଂ ନାତି ଓ ପରିବାରବର୍ଗ ଉପସ୍ଥିତ ଥିଲେ । ମହାନଦୀ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁଅ ସୁଧାଂଶୁ ଶେଖର ପୁରୋହିତ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଶୋକ ପ୍ରକାଶ କରିଛନ୍ତି । ଏହା ସହିତ୧୯୮୭ ମ୍ୟାଟ୍ରିକ ବ୍ୟାଚର ଛାତ୍ର ବିନୋଦ ଜେନା, ଅନାଦି ସାହୁ, ଗିରିସ ମେହେର, ସରୋଜ ସାହୁ, ବ୍ରଜ ସାହୁ,ବସନ୍ତ ସାହୁ,ପ୍ରଦୀପ କୁମାର ଅଗ୍ରୱାଲ, ସୁଧାଂଶୁ ଶେଖର ମିଶ୍ର, ନନ୍ଦ କିଶୋର ସାହୁ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ସରୋଜ ପ୍ରଧାନ, ଆଦିତ୍ୟ ଦାସ, ସନ୍ତୋଷ ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × three =