ମେଗା ରକ୍ତଦାନ ଶିବିରରେ ୨୭୧ ୟୁନିଟ ରକ୍ତ ସଂଗ୍ରହ

0 31

ସମ୍ବଲପୁର:ଏହି ଜିଲ୍ଲାର ସୀମାନ୍ତବର୍ତ୍ତୀ ଠେଲକୋଲୋଇ ପୁଲିସ ଥାନାରେ ଆଜି ଆୟୋଜିତ ଏକ ମେଗା ରକ୍ତଦାନ ଶିବିରରେ ୨୭୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏ ବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ଆଜିକାଲି ଖରାଦିନ ଯୋଗୁଁ ପ୍ରାୟତଃ ସବୁ ରକ୍ତଭଣ୍ଡାରରେ ନିଅଣ୍ଟିଆ ସ୍ଥିତି ରହୁଥିବାରୁ ରୋଗୀଙ୍କ ପାଇଁ ଆବଶ୍ୟକ ରକ୍ତ ମିଳି ପାରୁନାହିଁ ଓ ଏହି ସ୍ଥିତି ଦଲାଲମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି । ଏଭଳି ପରିସ୍ଥିତିକୁ ଏଡାଇବା ପାଇଁ ପୁଲିସ ବିଭାଗ ପକ୍ଷରୁ “ମୋ ସରକାର ୫ଟି’ କାର୍ଯ୍ୟକ୍ରମ ଅନୁଯାୟୀ ଅନେକ ପୁଲିସ ଥାନାରେ ରକ୍ତଦାନ ଶିବିର ଆୟୋଜିତ ହେଉଛି ।

hiring

ଏହି ଶୃଙ୍ଖଳାରେ ଆଜି ଠେଲକୋଲୋଇ ଥାନାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ କରାଯାଇଥିଲା ଓ ସ୍ଥାନୀୟ କିଛି ସ୍ୱେଚ୍ଛାସେବୀ ଏଥିପାଇଁ ଆଗେଇ ଆସିଥିଲେ । ଏହି ରକ୍ତଦାନ ଶିବିରକୁ ଆୟୋଜନ କରିବା ପାଇଁ ବୁର୍ଲା ଓ ସମ୍ବଲପୁର ସ୍ଥିତ ଉଭୟ ସରକାରୀ ରକ୍ତଭଣ୍ଡାର ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ । ଏପରି ରକ୍ତଦାନ ଶିବିର ଆୟୋଜନ ଫଳରେ ସମାଜରେ ପୁଲିସର ଛବି ବଦଳିଛି ଜନସାଧାରଣଙ୍କ ମନରେ ପୁଲିସ ପ୍ରତି ସମ୍ମାନ ଓ ସଦଭାବନା ବଢ଼ିଛି ।

hiranchal ad1
Leave A Reply

Your email address will not be published.

13 + three =