୪ ଦମ୍ପତିଙ୍କୁ ବିବାହ ସହାୟତା ପ୍ରଦାନ

0 101

ପୁରୀ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯଦି ଜଣେ ସାବାଳକ ଭିନ୍ନକ୍ଷମ ବ୍ୟକ୍ତି ଜଣେ ସକ୍ଷମ ବ୍ୟକ୍ତିଙ୍କୁ ବିବାହ କରେ ତେବେ ତାଙ୍କୁ ବିବାହ ସହାୟତା ପ୍ରଦାନ କରାଯିବ । ସେହି ଆଧାରରେ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସମର୍ଥ ବର୍ମା ୪ ଦମ୍ପତିଙ୍କୁ ସହାୟତା ବାବଦରେ ୨ ଲକ୍ଷ ୫୦ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିଥିଲେ । ଏହି ଯୋଜନାକୁ ଅଧିକ ପ୍ରଚାର ପ୍ରସାର କରି ପ୍ରକୃତ ହିତାଧିକାରୀଙ୍କୁ ସଚେତନ କରାଇ ଉପକୃତ କରାଇବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ସହାୟତା ପ୍ରଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଦିଲ୍ଲୀପ କୁମାର ମହାପାତ୍ର, ଉପଜିଲ୍ଲାପାଳ ଭବତରଣ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଦମ୍ପତି ମାନେ ହେଲେ ସତ୍ୟବାଦୀ ବ୍ଲକ ଅଂଚଳର ସୁଶାନ୍ତ କୁମାର ଦାସ ଓ ପେପସୀ ମହାପାତ୍ର, ବ୍ରହ୍ମଗିରି ବ୍ଲକ ଅଂଚଳର କ୍ଷେତ୍ରବାସୀ ସେଠୀ ଓ ଭାନୁ ସେଠୀ, ବିଜୟ କୁମାର ବେହେରା ଓ ଗୁରୁବାରୀ ବେହେରା, ବସନ୍ତ କୁମାର ପ୍ରଧାନ ଓ ସତ୍ୟଭାମା ଜେନା ।

hiranchal ad1
Leave A Reply

Your email address will not be published.

16 − 8 =