ପୋଖରୀରେ ବୁଡି ବାଳକ ମୃତ

0 223

ଦଶପଲ୍ଲା : ପୋଖରୀରେ ବୁଡି ୮ ବର୍ଷ ନାବାଳକର ମୃତ୍ୟୁ ଘଟିଛି । ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରଙ୍ଗଣୀପାଟଣା ପଞ୍ଚାୟତ ବାହାଡାପିଠା ଗାଁରେ । ମୃତ ନାବାଳକ ଜଣକ ନୂଆଗାଁ ଥାନା ଡିମିରିଝରି ଗାଁର ମନୁ ନାହାକଙ୍କ ପୁଅ ରମେଶ ନାହାକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗତ କିଛିଦିନ ଧରି ରମେଶ ନିଜ ମାଙ୍କ ସହିତ ମାମୁଁଘର ବାହାଡାପିଠା ଗାଁକୁ ବୁଲିବା ପାଇଁ ଆସିଥିଲା । ଆଜି ଅପରାହ୍ନରେ ମାମୁଁ ଝିଅ ଭଉଣିମାନଙ୍କ ସହିତ ନିକଟସ୍ଥ ବାହାଡାପିଠା ମଶାଣି ବନ୍ଧକୁ ଗାଧୋଇବା ପାଇଁ ଯାଇଥିବାବେଳେ ବୁଡି ଯାଇଥିଲା । ଖବର ପାଇ ପରିବାର ଲୋକେ ତାକୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ୮/୨୨ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

six + 2 =