ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ

0 83

ଫୁଲବାଣୀ :ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଂଚଳର ଗଣ୍ଡାକାଠୀ ଗାଁର ସିଗ୍‌ନେ ବେହେରାକୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି । ଜରିମାନା ଅନାଦୟେ ତାକୁ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ରାୟ ଦେଇଛନ୍ତି ବିଚାରପତି । ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି, ସଞ୍ଜିବ କୁମାର ବେହେରା, ପିଡିତାଙ୍କ ପକ୍ଷରୁ ୧୫ ଜଣ ଓ ଅଭିଯୁକ୍ତ ପକ୍ଷରୁ ଜଣେ ସାଖଙ୍କ ବୟାନ, ଡାକ୍ତରୀ ରିପୋର୍ଟ, ପିଡିତାଙ୍କ ବୟାନ ଓ ପ୍ରମାଣ ଆଧାରରେ ଏହି ରାୟ ଦେଇଛନ୍ତି । ୨୦୧୯ ଜୁନ୍‌ ୨୦ ତାରିଖ ଦିନ ପିଡିତା ୧୬ ବର୍ଷୀୟା ନାବାଳିକା ଘରେ ଏକୁଟିଆ ଥୁବା ଜାଣି ଅଭିଯୁକ୍ତ ସିଗ୍‌ନେ ଅପରାହ୍ନ ୩ ଟା ବେଳେ ପିଡିତାଙ୍କ ଘରେ ପଶି ମୁହଁରେ ଗାମୁଛା ଲଗାଇ ତା ସହିତ ଦୁଷ୍କର୍ମ କରୁଥିଲା । ଏହି ସମୟରେ ପିଡିତାଙ୍କ ବାପା ହଠାତ୍‌ ଘରକୁ ଆସି ଏହା ଦେଖି ପାଟି କରିବାରୁ ଅଭିଯୁକ୍ତ ସେଠାରୁ ଖସି ଚାଲି ଯାଇଥିଲା । ପିଡିତାଙ୍କ ବାପା ଏହି ସଂକ୍ରାନ୍ତିରେ ଗାଁ କମିଟିରେ ସଭା କରିଥିଲେ । ଏହି ସଂକ୍ରାନ୍ତରେ ୨୪ ଜୁନ ୨୦୧୯ ରେ ପିଡିତା ନିଜେ ଫୁଲବାଣୀ ସଦର ଥାନାରେ ଏକ ଅଭିଯୋଗ କରିଥିଲା । ଅଭିଯୋଗ ଅନୁସାରେ ସଦର ଥାନା ପୋଲିସ ଏକ ମାମଲା ୫୪/୨୦୧୯ ରୁଜୁ କରିବା ସହ ଅଭିଯୁକ୍ତ ସିଗ୍‌ନେକୁ ଗିରଫ କରି କୋର୍ଟରେ ହାଜର କରିଥିଲା । ଆଜି ସେହି ମାମଲାର ବିଚାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି । ପିଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ମାମଲାର ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

10 − three =