ସର୍ବ ଭାରତୀୟ ପବ୍ଲିକ୍‌ ସର୍ଭିସ ପରୀକ୍ଷାରେ ଦୁର୍ଗାଙ୍କ କୃତିତ୍ୱ

0 72

ଗଜପତି,୩୧/୫- ସର୍ବ ଭାରତୀୟ ୟୁପିଏସ୍‌ସି ତଥା ପବ୍ଲିକ୍‌ ସର୍ଭିସ ପରୀକ୍ଷାରେ ପାରଳାଖେମୁଣ୍ଡିର ମୂଳ ବାସିନ୍ଦା ତଥା ବ୍ରହ୍ମପୁର ଠାରେ ରହୁଥିବା ଦୁର୍ଗା ପ୍ରସାଦ ଅଧିକାରୀ ୨୦୫ ତମ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ବ୍ରହ୍ମପୁର ସ୍ଥିତ ବିଦ୍ୟା ନଗରରେ ରହୁଥିବା ଚଣ୍ଡି ପ୍ରସାଦ ଅଧିକାରୀ ଏବଂ ଜୋସ୍ନାରାଣୀ ଅଧିକାରୀଙ୍କ ପୁତ୍ର ଦୁର୍ଗା , ନିଜର ପ୍ରାରମ୍ଭିକ ବିଦ୍ୟାଳୟ ଶିକ୍ଷା ସ୍ଥାନୀୟ ବ୍ରହ୍ମପୁର ସ୍ଥିତ ଗୁରୁ ନାନକ ପବ୍ଲିକ୍‌ ସ୍କୁଲରୁ ସମାପନ କରି ଖଲ୍ଲିକୋଟ ମହାବିଦ୍ୟାଳୟରେ +୨ ବିଜ୍ଞାନରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପରେ ଭୁବନେଶ୍ୱର ସ୍ଥିତ କଲେଜ ଅଫ ଇଂଜିନିୟରିଂ ଏଣ୍ଡ ଟେକ୍ନୋଲୋଜିରୁ ମେକାନିକାଲରେ ସ୍ନାତକ ଶିକ୍ଷା ସମାପନ କରିଥିଲେ । ବାଙ୍ଗାଲୋରରେ ରବର୍ଟ କସ କମ୍ପାନୀରେ ୨୦୧୬ ରୁ ୨୦୧୮ ପର୍ଯ୍ୟନ୍ତ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରେ ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ ହରିୟାଣାର ଗୁରୁ ଗାଓଁ ଠାରେ ମାରୁତି ସୁଜୁକି କମ୍ପାନୀରେ ସହକାରୀ ପରିଚାଳକ ରୂପେ ଅବସ୍ଥାପିତ ହୋଇଥିଲେ । ୨୦୨୦ ଆଦ୍ୟବଧି ବ୍ରହ୍ମପୁର ଫେରିଆସି କେନ୍ଦ୍ରୀୟ ପବ୍ଲିକ୍‌ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ / ନିଜର ଦୃଢ ସଂକଳ୍ପ ଏବଂ ଆତ୍ମବିଶ୍ୱାସ ଫଳରେ ସେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।ପାରଳାଖେମୁଣ୍ଡି ଗୋପିନି ସାହି ସ୍ଥିତ ସ୍ୱର୍ଗତ ସଚିତାନନ୍ଦ ଅଧିକାରୀ ଏବଂ ବାସନ୍ତୀ ଅଧିକାରୀଙ୍କ ପୌତ୍ର ଦୁର୍ଗା ପ୍ରସାଦ ଅଧିକାରୀ ପାରଳା ମାଟି ପାଇଁ ଗୌରବ ଆଣିପାରିଛନ୍ତି । ତାଙ୍କରି ଏହି ବିରଳ କୃତିତ୍ୱ ପାଇଁ ପାରଳାବାସୀ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − 11 =