ସ୍ୱାମୀର ଗୁଳି ମାଡ଼ରେ ସ୍ତ୍ରୀର ମୃତ୍ୟୁ

0 563

ହରଭଙ୍ଗା: ହରଭଙ୍ଗା ଥାନା ଅନ୍ତର୍ଗତ ମହାଳିକପଡା ପଞ୍ଚାୟତ ଗେରେଡିସାହି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପ୍ରକାଶ ଥାଉକି ଗେରେଡିସାହି ଗ୍ରାମର ରୋହିତ ମଲ୍ଲିକ (୨୫) ଆଜି ଦିନ ୧ଘଣ୍ଟା ସମୟରେ ଅତ୍ୟଧିକ ମଦ୍ୟପାନ କରି ନିଜ ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକ (୨୦)ଙ୍କୁ ଦେଶୀ ବନ୍ଧୁକରୁ ଗୁଳି ଚଳାଇ ହତ୍ୟା କରିଛି । ଫଳରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ହରଭଙ୍ଗା ଚିକିତ୍ସାଲୟକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସୂଚନା ମତେ ରୋହିତକୁ ଗ୍ରାମବାସୀମାନେ କାବୁ କରି ହରଭଙ୍ଗା ଥାନାକୁ ଖବର ଦେଇଥିଲେ । ଘଟଣାରୁ ପ୍ରକାଶ ରୋହିତ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଘରୋଇ କଳହ ଲାଗିରହିଥିଲା, ଫଳରେ ଉତ୍ତ୍ୟକ୍ତ ହୋଇ ରୋହିତ ତା’ ସ୍ତ୍ରୀ ଉପରକୁ ଗୁଳି ଚଳାଇ ଥିଲା । ଘଟଣା ସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିଛି ଓ ଗତକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ହରଭଙ୍ଗା ଥାନା ତଦନ୍ତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର କିସାନ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × five =