ଜଙ୍ଗଲରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଠାବ

0 355

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ପାବୁରିଆ ପଞ୍ଚାୟତର ମାଲେରିମାହା ଗାଁରେ ଅଭାବନୀୟ ଘଟଣା । ମାଲେରିମାହା ଗ୍ରାମର ଗାରାମାହା ଜଙ୍ଗଲରୁ ଦମ୍ପତିଙ୍କର ଝୁଲନ୍ତା ମୃତଦେହ ଠାବ । ମୃତ ଦମ୍ପତି ମନୋରଞ୍ଜନ ନାୟକ ଓ ସ୍ମିତାଞ୍ଜଳୀ ନାୟକ ହୋଇଥିବା ଜଣାପଡ଼ିଛି । ମନୋରଞ୍ଜନ ଗାଁ ସାଥି ଥିବାବେଳେ ସ୍ମିତାଞ୍ଚଳୀ ଆଶାକର୍ମୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବରପାଇ ଘଟଣାସ୍ଥଳରେ ସାରଙ୍ଗଡ଼ ପୋଲିସ୍‌ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଏହା ଏକ ପାରିବାରିକ କଳହ ହୋଇପାରେ ଏବଂ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ପୋଲିସ୍‌ । ସେପଟେ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଁଚି ତଦନ୍ତ କରିବାପରେ ଶବ ଉଦ୍ଧାର କରାଯିବ ବୋଲି ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

10 − 6 =