ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଭାରତକୁ ଅଭିନନ୍ଦନ ଜଣାଇଲେ ଫିଞ୍ଚ

0 52

ନୂଆଦିଲ୍ଲୀ : ଦେଶା ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଭାବରେ ଅଭିନନ୍ଦନ ଜଣାଯାଇଛି । ଦଳର ଅଧିନାୟକ ଆରୋନ ଫିଞ୍ଚଙ୍କ ଏକ ଭିଡିଓ କ୍ରିକେଟ୍‌ ଅଷ୍ଟ୍ରେଲିଆ ଦ୍ୱାରା ଏହାର ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି, ଯେଉଁଥିରେ ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ମଧ୍ୟ ଉଲ୍ଲେଖ ରହିଛି । ଭାରତ ଏବଂ ଅଷ୍‌ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ୨୦ ସେପ୍ଟେମ୍ବର ମଙ୍ଗଳବାର ଠାରୁ ଆରମ୍ଭ ହେବ, ଯାହା ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ତିନୋଟି ଭିନ୍ନ ଭିନ୍ନ ଷ୍ଟାଡିୟମରେ ଖେଳାଯିବ । ଆସନ୍ତାକାଲି ମୋହାଲିରେ ପ୍ରଥମ ମ୍ୟାଚ୍‌ ଖେଳାଯିବ ।

hiring


ଅଷ୍ର୍ଟ୍ରେଲିଆର ଟି -୨୦ ଦଳର ଅଧିନାୟକ ଆରୋନ ଫିଞ୍ଚ ଭିଡିଓରେ କହିଛନ୍ତି, “ନମସ୍ତେ, ଅଷ୍ଟ୍ରେଲିଆ ଦଳ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବାକୁ ଏଠାକୁ ଆସିଛି । ତଥାପି କ୍ରିକେଟର ଇତିହାସ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୧୯୪୭ ମସିହାରୁ ରହିଅଛି । ସେବେଠାରୁ ଅନେକ ମ୍ୟାଚ ଉଭୟ ଦଳ ମଧ୍ୟରେ ଖେଳାଯାଇଛି । ମୁଁ ସ୍ୱାଧୀନତାର ୭୫ ତମ ବାର୍ଷିକୀ ଏବଂ ଦୁଇ ଦେଶ ମଧ୍ୟରେ ୭୫ ବର୍ଷର କୂଟନୈତିକ ସମ୍ପର୍କ ପାଇଁ ମୁଁ ଭାରତକୁ ଅଭିନନ୍ଦନ ଜଣାଉଛି । ଭାରତ, ଅଷ୍ଟ୍ରେଲିଆ ଏବଂ ବିଶ୍ୱର ଲୋକମାନେ ଏହାକୁ ପାଳନ କରନ୍ତୁ ।
ଆରୋନ ଫିଞ୍ଚଙ୍କ ଭିଡିଓ ଟ୍ୱିଟ୍‌ କରିବାବେଳେ କ୍ରିକେଟ୍‌ ଅଷ୍ଟ୍ରେଲିଆ କ୍ୟାପସନରେ ମଧ୍ୟ ସମାନ କଥା ଲେଖିଛି । ବୋର୍ଡ ଲେଖିଛି, “ଆମର ପୁରୁଷ ଜାତୀୟ ଦଳ ଭାରତରେ ପହଞ୍ଚିଛନ୍ତି । ଆମେ ଭାରତର ସ୍ୱାଧୀନତାର ୭୫ ତମ ବାର୍ଷିକୀ ତଥା ଆମର ଦୁଇ ଦେଶ ମଧ୍ୟରେ ୭୫ ବର୍ଷର ଦ୍ୱିପାକ୍ଷିକ ସମ୍ପର୍କ ପାଳନ କରିବାକୁ କିଛି ସମୟ ବାହାର କରିବାକୁ ଚାହୁଁଛୁ!” ଏହାର ଅର୍ଥ ହେଉଛି ଏହି କ୍ରମରେ ସ୍ୱାଧୀନତାର ଅମୃତ ମହୋତ୍ସବର ଝଲକ ଏହି ସିରିଜରେ ଦେଖିବାକୁ ମିଳିବ ।

hiranchal ad1
Leave A Reply

Your email address will not be published.

1 × 3 =