ପ୍ରଜ୍ଞା ପ୍ରବାହ ପକ୍ଷରୁ ଏକାତ୍ମ ମାନବବାଦ ଦର୍ଶନକୁ ନେଇ ବ୍ୟାଖ୍ୟାନ ମାଳା

0 31

ସମ୍ବଲପୁର: ବିଶ୍ୱରେ ରହିଥିବା ଅନେକ ଦର୍ଶନ ମଧ୍ୟରୁ ପଣ୍ଡିତ ଦିନଦାୟଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦ ଦର୍ଶନ ଅନ୍ୟତମ । ପୁଞ୍ଜିବାଦ, ସମାଜବାଦ, ସାମ୍ରାଜ୍ୟବାଦ, ମାର୍କସବାଦରେ ସାମଗ୍ରୀକତା ନଥିବା ବେଳେ ଏକାତ୍ମ ମାନବବାଦ ବ୍ୟକ୍ତିଠୁ ବ୍ରହ୍ମାଣ୍ଡକୁ ସମାହିତ କରିବାରେ ସମର୍ଥ । ବିଶ୍ୱଗୁରୁ ଭାରତର ଧର୍ମ ସଂସ୍କୃତି ପରମ୍ପରାକୁ ଆଧାର କରି “ବସୁଧେୟ କୁଟୁମ୍ବକମ୍‌’ ମୂଳମନ୍ତ୍ରକୁ ଚରିତାର୍ଥ କରେ ଏହି ଏକାତ୍ମ ମାନବବାଦ ଦର୍ଶନ । ଭାରତୀୟ ଜନସଂଘର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ପଣ୍ଡିତ ଦିନଦାୟଲ ଉପାଧ୍ୟାୟଙ୍କ ଦ୍ୱାରା ବର୍ଣ୍ଣିତ ଏକାତ୍ମ ମାନବବାଦ ଦର୍ଶନ ହିଁ କେବଳ ବିଶ୍ୱ କଲ୍ୟାଣ ପାଇଁ ଉପଯୋଗୀ ବୋଲି ଅନେକ ମତ ପୋଷଣ କରନ୍ତି । ଏଣୁ ସମାଜର ପ୍ରତ୍ୟେକ ବ୍ୟକ୍ତି ଏକାତ୍ମ ମାନବବାଦ ଦର୍ଶନ ସମ୍ପର୍କରେ ଅବଗତ ହେବାର ଆବଶ୍ୟକତା ରହିଛି । ଏହି ମର୍ମରେ ପ୍ରଜ୍ଞା ପ୍ରବାହର ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ସ୍ଥାନୀୟ ଓଡିଶା ସାଂସ୍କୃତିକ ସମାଜ ସଭାକକ୍ଷରେ ଏକ ବୁଦ୍ଧିଜୀବୀ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼. ଅର୍କକେଶରୀ ଦାଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାଲଲହଡ଼ା ମାଲୟଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିଦ ଓ ଦାର୍ଶନିକ ଡ଼. ଅନିଲ କୁମାର ମିଶ୍ର ମୁଖ୍ୟବକ୍ତା ଭାବରେ ଆସନ ଅଳଙ୍କୃତ କରିଥିଲେ । ଡ଼.ମିଶ୍ର ଏକାତ୍ମ ମାନବବାଦ ଦର୍ଶନର ସମସ୍ତ ଆଧ୍ୟାତ୍ମିକ, ବୈଚାରିକ, ସାମାଜିକ, ସାଂସ୍କୃତିକ ଓ ଆନୁଷଙ୍ଗିକ ପ୍ରସଙ୍ଗ ବିଷୟ ଉପରେ ଆଲୋକପାତ କରିଥିଲେ । ଏହି ବ୍ୟାଖ୍ୟାନ ମାଳାର ସଂଯୋଜକ ଡା.ପ୍ରଭାସ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଆଜିର ବୁଦ୍ଧିଜୀବି ସମ୍ମିଳନୀରେ ଡ଼.ସୁବୋଧ କୁମାର ମେଣ୍ଡଲି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସୁଧୀର କୁମାର ବହିଦାରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଡ଼.ପ୍ରିୟଦର୍ଶୀ ଯୋଶୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ପ୍ରାରମ୍ଭରେ ଡ଼.ପ୍ରସ୍ନଜିତ ସିହ୍ନା କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ମାନସ ରଞ୍ଜନ ବକ୍ସି ଧନ୍ୟବାଦ ଅର୍ପଣ କରିଥିଲେ । ସମାଜରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରୁଥିବା ଓ ରାଷ୍ଟ୍ରବାଦ ବିଚାରାଧାରକୁ ସମର୍ଥନ କରୁଥିବା ସହିତ ସମାଜରେ ପ୍ରତିଷ୍ଠା ଲାଭ କରିଥିବା ଅନେକ ବୁଦ୍ଧିଜୀବୀମାନେ ବ୍ୟାଖ୍ୟାନମାଳା କାର୍ଯ୍ୟକ୍ରମରେ ଯୋଗ ଦେଇଥଇଲେ । ଆଜିର ଏହି ବୁଦ୍ଧିଜୀବି ସମାବେଶରେ ବିପିନ ବିହାରୀ ନନ୍ଦଙ୍କ ସମେତ ସଂଘର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

2 × four =