ପ୍ରେସ କ୍ଲବ୍‌ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

0 66

ଘୁ.ଉଦୟଗିରି: ଘୁ ଉଦୟଗିରି ବ୍ଲକ ଅଧିନରେ ଥିବା ଶିର୍କୀ ଘାଇ ନିକଟ ପାହାଡ଼ରେ ସ୍ଥାନୀୟ ପ୍ରେସ କ୍ଲବ୍‌ ଓ ବନ ବିଭାଗ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ଥାନୀୟ ବନ ବିଭାଗ ଅଧିକାରୀ ମିନାକ୍ଷୀ କୁମରା କାର୍ଯ୍ୟକ୍ରମ ପରିଚାଳନା କରି ନିଜ ପ୍ରତିକ୍ରିୟାରେ ବନ ମୋହତ୍ସବ କାହିଁକି ପାଳନ କରାଯାଏ ଓ କିଏ ପ୍ରଥମେ ଆରମ୍ଭ କରିଥିଲେ ସେ ବିଷୟରେ କହିବା ସହିତ ପ୍ରତ୍ୟେକ ମଣିଷ ଗଛଟିଏ ଲଗେଇବା ଆବଶ୍ୟକତା ରହିଛି,କାରଣ ଜଙ୍ଗଲ କ୍ଷତି କଲେ ଜଙ୍ଗଲରେ ବାସ କରୁଥିବା ଜୀବଜନ୍ତୁ କେଉଁଠାରେ ବାସ କରିବେ,ମନୁଷ୍ୟ ଭଲ ମନ୍ଦର ବୋଧ ପାଇଛି,ସେ ନିଜେ ନିଜ ପାଇ ବାସଭବନ ତିଆରି କରିପାରିବ କିନ୍ତୁ ଜୀବଜନ୍ତୁ କୁଆଡେ ଯିବେ ଯଦି ଜଙ୍ଗଲ ନଷ୍ଟ କରାଯିବ । ତେଣୁ ଜଙ୍ଗଲ ସୁରକ୍ଷା କରିବା ସହିତ ଗଛ ଲଗେଇବା ଆବଶ୍ୟକ, କାରଣ ଗତ କରୋନା ମହାମାରୀ ସମୟରେ କନ୍ଧମାଳ ଜିଲ୍ଲାରେ ଅଧିକ ଭୂତାଣୁର ପ୍ରଭାବ ପଡିନି କାରଣ ଅଧିକ ପରିମାଣରେ ଅମ୍ଳଜାନ ଆମ ଅଞ୍ଚଳରେ ପାଉଛୁ, କିନ୍ତୁ ବାହାର ରାଜ୍ୟର ଅଧିକ ମାତ୍ରାରେ ଥିଲା,ତେବେ ଜଙ୍ଗଲ ପରିବେଶ ସୁରକ୍ଷା ସହିତ ଗଛ ଯଦି ଲଗେଇବା ତେବେ ସ୍ୱଚ୍ଛ ପରିବେଶ ପାଇବା ସହ ସୁସ୍ଥ ରହିବା ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେହିପରି ଭାବେ ମୁଖ୍ୟ ଅତିଥି ଶୁଭ୍ରାଞ୍ଜଳି ମଧ୍ୟ ନିଜ ପ୍ରତିକ୍ରିୟାରେ ଗଛ ଆମକୁ ଛୋଟିଆ ବେଳୁ ଆରମ୍ଭ କରି ଗଛ ବୃଦ୍ଧା ହେବା ପର୍ଯ୍ୟନ୍ତ କିପରି ସାହାଯ୍ୟ କରୁଛି ସେ ବିଷୟରେ ଉଦାହରଣ ମାଧ୍ୟମରେ ବୁଝେଇ ନିଜ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ସାମ୍ବାଦିକ ସମୀର ପାଢ଼ୀ ମଧ୍ୟ ଜଙ୍ଗଲ ସୁରକ୍ଷା ନିମନ୍ତେ ସଭିଏ ମାନବ ଜାତି ଚେଷ୍ଟା କରିବା ସହିତ ବୃକ୍ଷରୋପଣ କରିବା ଓ ଜଙ୍ଗଲ ନଷ୍ଟ ନ କରିବା ପାଇଁ ସଚେତନ କରିବା ଆବଶ୍ୟକ ବୋଲି କହିଥିଲେ ।ଏହି ସ୍ଥାନରେ ୫୦୦୦ ରୁ ଅଧିକ ଚାରା ରୋପଣ କରାଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବନ ଅଧିକାରୀ ମିନାକ୍ଷୀ କୁମରା ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରେସ କ୍ଲବ୍‌ ପକ୍ଷରୁ ସମସ୍ତ ସାମ୍ବାଦିକ ଉପସ୍ଥିତ ରହିଥିବା ବେଳେ ଶେଷରେ ବନରକ୍ଷୀ ପ୍ରବୀଣ କୁମାର୍‌ ଦାସ ସମସ୍ତଙ୍କୁ ଧନ୍ୟବାଦ୍‌ ଅର୍ପଣ କରି କାର୍ଯ୍ୟକ୍ରମ ଶେଷ କରିଥିଲେ ।

hiranchal ad1
Leave A Reply

Your email address will not be published.

twenty + four =