ଦୁର୍ଘଟଣାରେ ୨ ମୃତ, ୨ ଆହତ

0 300

ଦଶପଲ୍ଲା : ନୟାଗଡ଼ ତୁଳସୀପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଉଭୟ ମୃତକ ହେଲେ ନୟାଗଡ଼ ପୁରୁଣା ସହରର ମାନସ ମହାପାତ୍ର ଓ ଦଶପଲ୍ଲା ଥାନା ଲୁଣିସରା ଗାଁର ବେଣୁଧର ପ୍ରଧାନ । ଆହତ ଦ୍ୱୟ ହେଲେ ବୁଦ୍ଧନାଥ ସିଅ ଓ ଗୋପାଳ ମହାପାତ୍ର । ଏମାନେ ସମସ୍ତେ ସମ୍ପର୍କୀୟ । ୨ ବାଇକରେ ୪ ଜଣ ଏକା ସାଙ୍ଗରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରୁଥିଲା ବେଳେ କେମିତି ଦୁର୍ଘଟଣା ଘଟିଛି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକୃତରେ ମୁହାଁମୁହିଁ ଧକ୍କା ହୋଇଛି ନା କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଛି ତାକୁ ନେଇ ସନ୍ଦେହ ଉପୁଜିଛି । ପୁଲିସ୍‌ ସମସ୍ତଙ୍କୁ ଡାକ୍ତରଖାନାକୁ ଆଣିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଖୋଲତାଡ଼ ଆରମ୍ଭ କରୁଛି ।

hiranchal ad1
Leave A Reply

Your email address will not be published.

18 + ten =