ବାଇକ୍‌ ଓ ଶାଳ ସାଇଜ୍‌ ଜବତ

0 196

ଦଶପଲ୍ଲା : ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ସରିଗଣ୍ଡା-ଓଡ଼ଶର ଗ୍ରାମ୍ୟ ରାସ୍ତାରେ ଚଢ଼ଉ କରି ବନ ବିଭାଗ ଏକ ବାଇକ୍‌ ସହ ୬ ଖଣ୍ଡ ଶାଳ ସାଇଜ୍‌ ଜବତ କରିଛି । ବନାଞ୍ଚଳ ଅଧିକାରୀ ନିଖିଲେଶ ମଲିକଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ପାଟ୍ରୋଲିଂ କରାଯାଉଥିଲା । ବାଇକ୍‌ ଯୋଗେ କାଠ ଆସୁଥିବା ଖବର ପାଇ ପୋଖରୀଗୋଛା ବନପାଳ ଶୁଭେନ୍ଦୁ ପ୍ରସାଦ ନାୟକ ଏବଂ ସଦର ବନପାଳ ସନ୍ତୋଷ କୁମାର ଦୋରାଙ୍କ ସମେତ ସ୍କାଡ୍‌ ପକ୍ଷରୁ ଚଢ଼ଉ କରାଯାଇଥିଲା । ଘଟଣାସ୍ଥଳରୁ ମାଫିଆମାନେ ଖସି ପଳାଇଥିବା ବେଳେ (ଓଆର୍‌ ୦୨ ଏବି ୯୪୦୮ ) ବାଇକ୍‌ ସହ ୬ଟି ଶାଳ ସାଇଜ୍‌ ଜବତ କରାଯାଇଛି । ଜବତ ହୋଇଥିବା କାଠର ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three + six =