ଜବରଦଖଲ ଦୋକାନୀଙ୍କଠାରୁ ଫାଇନ ଆଦାୟ କଲା ପାଟଣାଗଡ଼ ଏନ୍‌ଏସି

0 164

ପାଟଣାଗଡ଼ : ପାଟଣାଗଡ଼ ସହରରେ ଟ୍ରାଫିକ ସମସ୍ୟା ଦୀର୍ଘ ଦିନ ଧରି ଦେଖାଯାଉଥିବା ବେଳେ ଆଜି ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହ ଅଧିକାରୀ ଗୈାରହରୀ ମହନ୍ତଙ୍କ ନେତୃତ୍ୱରେ ଏକ ଟିମ୍‌ ଓ ପୋଲିସର ସହଯୋଗରେ ସହର ମୁଖ୍ୟ ରାସ୍ତା କଡ଼ର ଜବରଦଖଲ କରିଥିବା ଦୋକାନୀଙ୍କ ଠାରୁ ଫାଇନ ଆଦାୟ କରାଯାଇଛି । ସୂଚନା ଅନୁସାରେ ପାଟଣାଗଡ଼ ସହର ମୁଖ୍ୟ ରାସ୍ତାରେ ଗାଡ଼ି ମୋଟର ଭିଡ଼ି ବେଳେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ରହୁଥିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାର ସମାଧାନ ପାଇଁ ଆଜି ପାଟଣାଗଡ଼ ଏନ୍‌ଏସି ପକ୍ଷରୁ ରାସ୍ତା କଡ଼ର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇ ରାସ୍ତା କଡ଼ର ଜବରଦଖଲ ଦୋକାନୀଙ୍କ ଠାରୁ ୯ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ଏନ୍‌ଏସି କାର୍ଯ୍ୟ ନିର୍ବାହ ଅଧିକାରୀ ଶ୍ରୀ ମହନ୍ତ ସୂଚନା ଦେଇଛନ୍ତି । ଏଥିରେ ପାଟଣାଗଡ଼ ଏସଡିପିଓ ଜ୍ୟୋର୍ତୀମୟ ଭୁକ୍ତା , ଥାନା ଅଧିକାରୀ ଅନନ୍ତ ପ୍ରଧାନଙ୍କ ସହ ଏନ୍‌ଏସିର ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

sixteen − three =