ବରଗଡ ଦ୍ୱାରା ପୁଲିସ ନାକା ଚେକିଂ ସମୟରେ ୧୦ ଲକ୍ଷ ଟଙ୍କା ଜବତ

0 62

ବରଗଡ : ବରଗଡ ପୁଲିସ ଦ୍ୱାରା ସହରର ବିଭିନ୍ନ ଛକରେ ନାକା ଚେକିଂ ବେଳେ ୧୦ ଲକ୍ଷ ଟଙ୍କା ଜବତ ହୋଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ଓଡି ୧୫ ୟୁ ୩୨୫୬ ନମ୍ବର ପିକଅପକୁ ହଲଦିପାଲି ଛକରେ ପୁଲିସ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ସମ୍ବଲପୁର ଜିଲ୍ଳାର ଡ୍ରାଇଭର ଚୂଡାମଣୀ ଦୋରା ନିକଟରୁ ୧୦ ଲକ୍ଷ ଟଙ୍କା ଜବତ କରିଥିଲା । ତେବେ ଡ୍ରାଇଭର ଦୋରା କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏତେ ଟଙ୍କା ନେଉଥିଲେ ତାର ସଠିକ କାରଣ ଜଣାପଡିନାହିଁ । ତେବେ ସଂପୃକ୍ତ ଗାଡି ବରପାଲିରୁ ସମ୍ବଲପୁରକୁ ଯାଉଥିବା ଜଣାପଡିଛି । ବରଗଡ ଟାଉନ ଥାନା ପୁଲିସ ଡ୍ରାଇଭରକୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ବରଗଡ ପୁଲିସ ଦ୍ୱାରା ସହରର ପ୍ରବେଶ ପଥ ବିକାଶ ଛକ ଏବଂ ହଲଦିପାଲି ଛକ ନିକଟରେ ପ୍ରତ୍ୟହ ନାକା ଚେକିିଂ ଚାଲିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

eleven + 8 =