ଜଳିଗଲା ୨ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର
ଅଗ୍ନିବିପର୍ଣ୍ଣ ପରିବାରଙ୍କୁ ସହାୟତା ହାତ ବଢ଼ାଇଲେ ବ୍ଲକ ଉପାଧ୍ୟକ୍ଷ

0 172

ହରଭଙ୍ଗା,୨୧/୪:- ଆଜି ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ କୁଶାସିଙ୍ଗା ଗ୍ରାମରେ ମଧ୍ୟାହ୍ନ ୨ଟା ସମୟରେ ଗ୍ରାମର ଗଗନ କଲତାଙ୍କ ଘରେ କୋଣସି କାରଣ ବଶତଃ ହଠାତ ନିଆଁ ଲାଗିଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିପାରିନଥିଲେ । ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଚାରିଛକ ଅଗ୍ନିଶମ ପହଞ୍ଚିଲା ବେଳକୁ ୨ବଖରା ଘର ସହିତ ଆସବାବପତ୍ର ପୋଡି ପାଉଁଶ ହୋଇସାରିଥିଲା । ନିଆଁ ଲାଗିବା ସମୟରେ ଗଗନଙ୍କ ଝିଅ ଓ ଜ୍ୱାଇଁ ଘରେ ଶୋଇଥିବାବେଳେ ହଠାତ୍‌ ନିଆଁକୁ ଦେଖି ଗ୍ରାମବାସୀ ଘରଭିତରୁ ଦୁଇ ଦମ୍ପତିଙ୍କୁ ଉଦ୍ଧାର କରିଥିଲେ । ଏହି ଅଗ୍ନିକାଣ୍ଡରେ ଗଗନଙ୍କ ଘରେ ଥିବା ନଗଦ କୋଡ଼ିଏ ହଜାର ଟଙ୍କା ସମେତ ସୁନା ଅଧା ଭରି ଓ ଚାଉଳ, ଧାନ, ମୁଗ ବିରି ଇତ୍ୟାଦି ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ହୋଇଥିବା ଗଗନ ଙ୍କୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଘରପୋଡି ଖବରପାଇ ଗଗନଙ୍କୁ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ସହାୟତା ଯୋଗାଇ ଦେଇଛନ୍ତି । ଅଗ୍ନି ବିପର୍ଣ୍ଣ ପରିବାର ସହ ଆଲୋଚନା କରିବା ସହ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପରେ ଅଗ୍ନିବିପର୍ଣ୍ଣ ପରିବାରକୁ ସରକାରୀ ସ୍ତରରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ହରଭଙ୍ଗା ତହସିଲଦାର ଓ ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ । ତହସିଲଦାର ଘଟଣା ସ୍ଥଳ ପରିଦର୍ଶନ କରିବା ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଉପାଧ୍ୟକ୍ଷଙ୍କ ମହାନତା ପାଇଁ ହରଭଙ୍ଗା ଅଞ୍ଚଳରେ ଭୁରି ଭୁରି ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

1 + six =