ପ୍ରେସକ୍ଳବ ଏକାଦଶ ଏବଂ ମୁନିସିପାଲଟି ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ

0 108

ଫୁଲବାଣୀ : ସ୍ୱାୟତ୍ତ ଶାସନ ଦିବସ ଅବସରରେ ପ୍ରେସ କ୍ଲବ ଏକାଦଶ ଓ ମୁନିସିପାଲଟି ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୁର୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଂଜନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତି ଓ ଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଓ ସମସ୍ତ କାଉନସିଲର ଯୋଗ ଦେଇଥିଲେ । କୋଡିଏ ମିନିଟ ଧରି ଅନୁଷ୍ଠିତ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଉଭୟ ଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଫଳରେ ଟସ ପକାଯାଇ ବିଜେତା ଘୋଷଣା କରାଯାଇଥିଲା । ଏଥିରେ ମୁନିସିପାଲିଟି ବିଜୟୀ ହୋଇଥିବା ବେଳେ ପ୍ରେସ କ୍ଲବ ରନର୍ସ ଅପ ହୋଇଥିଲା । ପୌରଧକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ବିଜେତା ଓ ରନର୍ସ ଅପ ଦଳକୁ କପ ପ୍ରଦାନ କରିଥିଲେ । ମୁନିସପାଲଟି ଟିମର ନିର୍ବାହୀ ଅଧିକାରୀ ବଳ ଦେବ ବେହେରା ଟିମ କ୍ୟାପଟେନ ଥିବା ବେଳେ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଟିମ କ୍ୟାପଟେନ ଥିଲେ । ଏହି ମ୍ୟାଚ ନିଶ୍ଚିତ ଭାବେ ଗଣମାଧ୍ୟମ ପ୍ରତିନିଧି ଓ ମୁନିସିପାଲିଟି ପ୍ରଶାସନ ମଧ୍ୟରେ ସୁସମ୍ପର୍କ ବୃଦ୍ଧିସାଙ୍ଗକୁ ଭାଇଚାରା ଓ ସଦଭାବ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୁଖ୍ୟ ଅତିଥି ବିଶ୍ୱରଂଜନ ନାୟକ ଓ ସମ୍ମାନିତ ଅତିଥି ପୌରାଧ୍ୟାକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି କହିଥିଲେ କ୍ଷ ସ୍ଥାନୀୟ ଲୋକେ, ଫୂଟବଲ ପ୍ରେମୀ ବହୁ ସଂଖ୍ୟାରେ ଉପସ୍ଥିତ ରହିମ୍ୟାଚ ଉପଭୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen + thirteen =