ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

0 61

ଘୁ.ଉଦୟଗିରି:- ସାରା ଦେଶରେ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ସମସ୍ତ ପୌର ପରିଷଦ କାର୍ଯ୍ୟାଳୟ ସୁସଜ୍ଜିତ ଓ ଉତ୍ସବ ମୁଖର । ଏହି କ୍ରମରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ସ୍ୱାୟତ୍ତ ଶାସନ ଦିବସ ୨୦୨୨ ପାଳନ କରାଯାଇଛି । ଏହି ଅବସରରେ ପରିଷଦ ପକ୍ଷରୁ ସକାଳ ୪ ଘଣ୍ଟିକା ସମୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୁନ ପରିବେଷଣ । ସକାଳ ୭.୩୦ ମିନିଟରେ ପରିଷଦ ପରିସରରେ ଉପାଧ୍ୟକ୍ଷ, ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସହର ମଧ୍ୟରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ପରିଷଦ କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କୁ ନେଇ ପୋଷାକ ବଣ୍ଟନ କରାଯାଇଥିଲା । ଏହି ଅବସରରେ ପରିଷଦ ତରଫରୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ ସହ ବିଜୁ ଭାସ୍କର ପାଠାଗାର ଠାରୁ ପୂର୍ତ୍ତ ବିଭାଗ ବଙ୍ଗଳା ପର୍ଯ୍ୟନ୍ତ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ପରିଷଦ ଅନ୍ତର୍ଗତ ସମସ୍ତ ୱାର୍ଡ଼ରେ ଥିବା ପରିଚୟ ଗୃହରେ ୱାର୍ଡ଼ ବାସିନ୍ଦାଙ୍କୁ ନେଇ ୱାର୍ଡ଼ ଅଫିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସକାଳ ୧୧ ଘଣ୍ଟିକା ସମୟରେ ୧୨ ନମ୍ବର ୱାର୍ଡ କାନବାଗିରି ସ୍ଥିତ ପରିଚୟ ଗୃହଠାରେ ପ୍ରୋଗ୍ରାମ କୋଡ଼ିନେଟର ତଥା ୱାର୍ଡ଼ ଅଫିସର ପ୍ରଭାତ ରଞ୍ଜନ ବେହେରାଙ୍କ ପରିଚାଳନାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଥିବା ବେଳେ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ନନ୍ଦିତା ପ୍ରଧାନ, ଦୀପକ କୁମାର ନାୟକ, ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ, ସହକାରୀ ଯନ୍ତ୍ରୀ ଶ୍ରୀମତୀ ସସ୍ମିତା ବେହେରା, ସିଓ ସୁଶ୍ରୀ କେ. ଜୀବନ ଜ୍ୟୋତି ପାତ୍ର, ବୁଦ୍ଧିଜୀବୀ ଅମୋଷ ଚନ୍ଦ୍ର ନାୟକ, ଅବସର ପ୍ରାପ୍ତ ବନବିଭାଗ ଅଧିକାରୀ ଶାନ୍ତନୁ ପ୍ରଧାନ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ବସ୍ତି ବାସିନ୍ଦା ଉପସ୍ଥିତ ଥିଲେ । ମଞ୍ଚାସିନ ଅତିଥି ମାନେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ବିଷୟରେ ସମସ୍ତକୁ କହିଥିଲେ । ଏହିପରି ୧୧ ନମ୍ବର ୱାର୍ଡ଼ରେ ମଧ୍ୟ କାଉନସିଲର ଲିପିକା ପ୍ରଧାନ, ୱାର୍ଡ଼ ଅଫିସର ନିଶିକଳା ମହାନ୍ତି, ସ୍ୱର୍ଣ୍ଣପ୍ରଭା ଦାସ ୱାର୍ଡ଼ ବାସିନ୍ଦା ଙ୍କ ସହ ନିଜ ୱାର୍ଡ଼ର ବିକାଶ ପାଇଁ ଆଲୋଚନା ହୋଇଥିଲା । ୮ ନମ୍ବର ୱାର୍ଡ କାଉନସିଲ ଜାକେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ପରିଚୟ ଗୃହରେ ମହିଳା ସ୍ୱୟଂ ସହାୟକ ଗ୍ରୁପ ଓ ସାହି ବାସିନ୍ଦାଙ୍କ ଉପସ୍ଥିତିରେ ପରିଷଦର ନୀତି ନିୟମ ତଥା ସେବା ପାଇବା ଓ ସେବାକର ବାନ୍ଧିବା, ସ୍ୱଚ୍ଛ ଭାରତ ଅଭିଯାନ ବିଷୟରେ ଆଲୋଚନା ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ତଥା ୱାର୍ଡ଼ ଅଫିସର ଅଭିନାଶ ପ୍ରଧାନ, ଉପସ୍ଥିତ ରହିଥିଲେ । ୭,୯,୧୦ ନମ୍ବର ୱାର୍ଡ଼ରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମରେ କାଉନସିଲର ଶ୍ରୀମତୀ ଭାରତୀ ବେହେରା, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପରିଛା,ଶ୍ରୀମତୀ କୁନ୍ତିମା ମାଲିକ, ଭବାନୀ ପ୍ରସାଦ ବେହେରା ଉପସ୍ଥିତ ରହି ସାହି ବାସିନ୍ଦାଙ୍କ ସହ ସ୍ୱାୟତ୍ତ ଶାସନ ଦିବସ ପାଳନ କରିଥିଲେ । ୱାର୍ଡ଼ ନମ୍ବର ୧ ଏବଂ ୨ ପରିଚୟ ଗୃହଠାରେ ରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ମୁକେଶ ରଞ୍ଜନ ନାୟକ, ଗଣେଶ ଜେନା, ଉପସ୍ଥିତ ରହି ସାହି ବାସିନ୍ଦାଙ୍କ ସହ ସ୍ୱାୟତ୍ତ ଶାସନ ଦିବସ ପାଳନ କରିଥିଲେ । ୱାର୍ଡ଼ ୩ ଥିବା ପରିଚୟ ଗୃହ ଠାରେ ମଧ୍ୟ କାଉନସିଲର ଶ୍ରୀମତୀ ନିଶାରାଣୀ ନାୟକ, ସୁନ୍ଦ୍ରା ସୋରେନ, କେତନ ନାୟକ ଜନ ସାଧାରଣଙ୍କ ସହ ସ୍ୱାୟତ୍ତ ଶାସନ ଦିବସ ପାଳନ କରିଥିଲେ ଓ ୪ ନମ୍ବର ୱାର୍ଡ଼ ମୋନାଲିସା ଦଳବେହେରା, ୱାର୍ଡ଼ ଅଫିସର ଯୋଗେଶ୍ୱର ପାସ୍ପୁରେଡ୍ଡୀ ଉପସ୍ଥିତ ରହି ସାହି ବାସିନ୍ଦାଙ୍କ ସହ ସ୍ୱାୟତ୍ତ ଶାସନ ଦିବସ ପାଳନ କରିଥିଲେ । ଅପରାହ୍ନରେ ସ୍ଥାନୀୟ ବିଜୁଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କଳିଙ୍ଗ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଡ. ନଳିନୀ କୁମାର୍‌ ପାଣିଗ୍ରାହୀ ଯୋଗ ଦେଇଥିଲେ ଓ ପରିଷଦର ଆଧକ୍ଷା ଭାନୁପ୍ରଭା ମିଶ୍ର,ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡଙ୍ଗୀ,ଉପାଧ୍ୟକ୍ଷ ସନ୍ତୋଷ ବାଘ ସମେତ ସମସ୍ତ ୱାର୍ଡର କାଉନସିଲର ମାନେ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମକୁ ସମ୍ବାଦ ପ୍ରତିନିଧି ବା ପୂର୍ବତନ କାଉନସିଲର ସମୀର କୁମାର ପାଢ଼ୀ ପରିଚାଳନା କରିଥିଲେ । ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିଲେ ।ମୁଖ୍ୟବକ୍ତା ନିଜର ଅଭିଭାଷଣରେ ସ୍ୱାୟତ୍ତ ଶାସନ ଦିବସ ବିଷୟରେ ଜନସାଧାରଣଙ୍କୁ ପ୍ରକାଶ କରିଥିଲେ ଯେପରି ସ୍ୱାୟତ୍ତ ଶାସନ ଦିବସ କେବେ ହୋଇଥିଲା ଓ କାହିଁକି ହୋଇଥିଲା ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ପ୍ରକାଶ କରିଥିଲେ ସେହିପରି ମୁଖ୍ୟ ଅତିଥି ମଧ୍ୟ ସରକାରଙ୍କ ଯୋଜନା ବିଷୟରେ ନିଜ୍‌ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଶେଷରେ କୃତିତ୍ୱ ପ୍ରତିଯୋଗୀଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ ମୁଖ୍ୟ ଅତିଥିଙ୍କ ଦ୍ୱାରା କରାଯାଇଥିଲା ।ପରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ ବଳରାମ ସାହୁ ଓ ବ୍ୟବସାୟୀ ବା ଯୋଗ ଗୁରୁ ରାଜେନ୍ଦ୍ର ମହାପାତ୍ରଙ୍କୁ ଉପୋଢୋକନ ସହିତ ମାନପତ୍ର ଦେଇ ସମ୍ମାନିତ ବିଧାୟକଙ୍କ ଦ୍ୱାରା କରାଯାଇଥିଲା । ବରିଷ୍ଠ ସହାୟକ ସତ୍ୟ ପ୍ରକାଶ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

2 × two =