ଲଙ୍କାଗୁଣ୍ଡ ଫିଙ୍ଗି ଲୁଟିନେଲେ ୨ କୋଟିର ଅଳଙ୍କାର

0 63

ନୂଆଦିଲ୍ଲୀ: ପୁଲିସ ବେଶରେ ଆସି କଳାକନା ବୁଲାଇଲେ । ନକଲି ପୁଲିସ ସାଜି ଲୁଟିନେଲେ ୨ କୋଟିର ସୁନା ଅଳଙ୍କାର । କର୍ମଚାରୀଙ୍କୁ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ଲୁଟ୍‌ କଲେ ଦୁର୍ବୃତ୍ତ । ଏଭଳି ଏକ ଘଟଣା ଘଟିଛି ନୂଆଦିଲ୍ଲୀର ପାହାଡଗଞ୍ଜ ଅଞ୍ଚଳରେ । ସୂଚନା ମୁତାବକ, ଆଜି ଭୋର ୪ଟା ବେଳେ ଏହି ଲୁଟ୍‌ ଘଟଣା ଘଟିଛି । କିଛି ଦୁର୍ବୃତ୍ତ ନକଲି ପୁଳିସ ବେଶରେ ଆସି କୋରିୟର୍‌ କର୍ମଚାରୀଙ୍କ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ପାଖାପାଖି ୨ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ଖୁବଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛି ପୁଲିସ । କୁହାଯାଉଛି ଯେ, ଏହି ଅଳଙ୍କାର ଗୁଡିକୁ କୋରିୟର କମ୍ପାନୀର କର୍ମଚାରୀମାନେ ଚଣ୍ଡିଗଡରୁ ଲୁଧିଆନା ପଠାଇବାର ଥିଲା । ଏଥିପାଇଁ କମ୍ପାନୀର କର୍ମଚାରୀମାନେ ଦୁଇଟି ବ୍ୟାଗ୍‌ରେ ଅଳଙ୍କାର ଭର୍ତ୍ତି କରି ଲୁଧିଆନା ଅଭିମୁଖେ ବାହାରିଥିଲେ । ତେବେ ଅଧବାଟରେ ହଠାତ୍‌ ଚେକିଂ ଆଳରେ ତାଙ୍କୁ ପୁଲିସ ବେଶରେ କିଛି ଦୁର୍ବୃତ୍ତ ଅଟକାଇ ଥିଲେ । ଏହାପରେ କର୍ମଚାରୀଙ୍କ ପଛପଟୁ ଆଉ କିଛି ଦୁର୍ବୃତ୍ତ ଆସି ହଠାତ୍‌ ସେମାନଙ୍କ ଆଖିରେ ଲଙ୍କା ଗୁଣ୍ଡ ଫିଙ୍ଗି ବ୍ୟାଗ୍‌ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍‌ ଅଳଙ୍କାରର ଦାମ୍‌ ୨ କୋଟି ହେବ ।

hiranchal ad1
Leave A Reply

Your email address will not be published.

1 × 2 =