ବହୁ ପ୍ରତୀକ୍ଷାର ଅନ୍ତଃ ଘଟିଲା, ବାଲିଗୁଡ଼ା ସହରରେ ଆରମ୍ଭ ହେଲା ସିସିଟିଭି ବ୍ୟବସ୍ଥା

0 675

ବାଲିଗୁଡା,୩୧/୮- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଆରମ୍ଭହେଲା ସିସିଟିଭି ବ୍ୟବସ୍ଥା । ବାଲିଗୁଡ଼ା ଏନ୍‌ଏସି ପକ୍ଷରୁ ସହରରେ ସିସିଟିଭିର ବ୍ୟବସ୍ଥା କରାଯାଇଥିବା ବେଳେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ଏହାର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ବାଲିଗୁଡ଼ା ବ୍ଲକ୍‌ ସାଂସଦ ପ୍ରତିନିଧି ଟୁନା ଦାସ, ନଗର ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀ, ବିଡିଓ ଶଶାଙ୍କ ପାତ୍ର , ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ବାଲିଗୁଡ଼ା ଉପକାରାଗାର ଠାରୁ ଦଣ୍ଡପଦର ପର୍ଯ୍ୟନ୍ତ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୫୦ଟି ସିସି କ୍ୟାମେରା ଖଞ୍ଜା ଯାଇଛି ।

hiring

ସେଥି ମଧ୍ୟରେ ଅଟୋମେଟିକ୍‌ ନମ୍ବର ପ୍ଲେଟ୍‌ ରେକର୍ଡର,ପିଟିଏନ୍‌ ଓ ବୁଲେଟ୍‌ କ୍ୟାମେରା ଖଞ୍ଜା ଯାଇଥିବା ଜଣାପଡ଼ିଛି । ଯାହାଫଳରେ ସହରରେ ଘଟୁଥିବା ଅପରାଧ,ଚୋରି,ଲୁଟ୍‌ ଭଳି ସମସ୍ୟାକୁ ରୋକିବା ସହ ଦୃତ ଗତିରେ ଯାତାୟାତ କରୁଥିବା ଗାଡ଼ି ଏବଂ ଗାଡ଼ିର ନମ୍ୱର ପ୍ଲେଟକୁ ସହଜରେ କରାଯାଇପାରିବ ବୋଲି କହିଛନ୍ତି ସ୍ଥାନୀୟ ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀ । ସହରରେ ସିସି ଟିଭିର ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ସାମ୍ବାଦିକ,ବ୍ୟବସାୟୀ ସଙ୍ଘ ଓ ଜନସାଧାରଣଙ୍କ ପକ୍ଷରୁ ଦାବୀ ହୋଇଆସୁଥିଲା । ଦୀର୍ଘ ଦିନ ପରେ ଆଜି ପ୍ରଶାସନର ଆନ୍ତରିକତା ଯୋଗୁଁ ସହରରେ ସିସିଟିଭି ବ୍ୟବସ୍ଥା ଆରମ୍ଭ ହୋଇଥିବାରୁ ସହରବାସୀଙ୍କ ମନରେ ବେସ୍‌ ଉତ୍ସାହ ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

eighteen + fifteen =