ଦି ସ୍କଲାରରେ ଗଣେଶ ପୂଜା ପାଳିତ

0 182

ପୁରୀ: ଦତ୍ତତୋଟା ସ୍ଥିତ ଦି ସ୍କଲାର ଟ୍ୟୁଟୋରିଆଲରେ ସିଧିଦାତା ଗଜାନନଙ୍କ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ସେଣ୍ଟର ପରିସରରେ ପୂଜାମଣ୍ଡପକୁ ଆକର୍ଷଣୀୟ ଭାବରେ ସଜ୍ଜିତ କରାଯାଇଥିଲା ।ପୁରୋହିତଙ୍କ ଦ୍ୱାରା ହୋମାଦି କାର୍ଯ୍ୟ ଶେଷ ପରେ ଛାତ୍ର ଛାତ୍ରୀ ମାନେ ଗଜାନନ୍ନକୁ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ସେଣ୍ଟର ମୁଖ୍ୟ ସୁରେନ୍ଦ୍ର କୁମାର ତରାଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ପ୍ରଧାନ, ଆଶୁତୋଷ ଆଚାର୍ଯ୍ୟ,ସୁବ୍ରତ ତରାଇ, ଲୋକନାଥ ପଣ୍ଡା,ସୂର୍ଯ୍ୟ ନାରାୟଣ କର,କାଳନ୍ଦୀ ସାର୍‌ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସୁତନଭି, କୋୟଲ, ପ୍ରିୟଙ୍କା, ନୀତି, ତପସ୍ୱିନୀ, ସାଇ ସୁଲଗ୍ନା ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ ।

hiranchal ad1
Leave A Reply

Your email address will not be published.

14 − 2 =