ବିଜେପି ସବୁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନିକଟକୁ ଯିବ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ, ମହାପ୍ରସାଦ

0 42

ପୁରୀ : ଶ୍ରୀକ୍ଷେତ୍ରରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ, ମହାପ୍ରସାଦ ଯିବ ବିଜେପି ସବୁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ନିକଟକୁ ।ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆଗାମୀ ନିର୍ବାଚନରେ ଜିତିବାକୁ ଜୋରଦାର ଲଢେଇ ହେବ। ଏହି ଲକ୍ଷ୍ୟ ବେଶ ପୁରୀରୁ ଆରମ୍ଭ ହୋଇଚି ବିଜୟ ଅଭିଯାନ କାର୍ଯ୍ୟକ୍ରମ । ଦଇତାପତି ସେବକ ତଥା ରାଜ୍ୟ ବିଜେପି ଉପ ସଭାପତି ଭବାନି ଦାସ ମହାପାତ୍ର ଙ୍କ ନେତୃତ୍ଵରେ ଆରମ୍ଭ ହୋଇଚି ଏହି ବିଜୟ ଅଭିଯାନ ଯାତ୍ରା। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ରେ ମହାପ୍ରଭୁ ଙ୍କ ଉଦ୍ଦେଶ୍ୟ ରେ ଏକ ଦୀପ ଦାନ କରାଯାଇଛି। ପରେ ପାରମ୍ପାରିକ ଘଣ୍ଟ ଘଣ୍ଟା, ମୃଦଙ୍ଗ ଆଦି ବାଦ୍ୟ ତାଳରେ ପୁରୀ ରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଦଇତାପତି ସେବକ ଭବାନି ଦାସ ମହାପାତ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ଓ ଲକ୍ଷ୍ୟକୁ ସାକାର କରିବା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନିଆଯାଇ ପୁରୀରୁ ଏହି ବିଜୟ ଅଭିଯାନ ଯାତ୍ରା ସାରା ଓଡ଼ିଶା ପାଇଁ ଆରମ୍ଭ ହୋଇଚି। ମହାପ୍ରଭୁଙ୍କ ଆଶୀର୍ବାଦ ବିନା କୌଣସି କାର୍ଯ୍ୟ ସଫଳ ହୋଇ ପାରିବ ନାହିଁ। ଏଣୁ ମହାପ୍ରଭୁଙ୍କ ଶକ୍ତି ଓ ଆଶୀର୍ବାଦ ନିଆଯାଇ ଆଗାମୀ ନିର୍ବାଚନରେ ବିଜେପି ଓଡିଶାରେ ଜୋରଦାର ଲଢେଇ କରିବ। ଆଗାମୀ ନିର୍ବାଚନରେ ବିଜେପି ସରକାର୍ ଗଠନ କରି ମୋଦିଜିଙ୍କ ସୁଶାସନ ଓଡ଼ିଶା ରେ ପ୍ରତିଷ୍ଠା କରାଯିବ। ବିଜେଡ଼ିର ଅପାରଗ, ଦୁର୍ନୀତି ଗ୍ରସ୍ତ ସରକାର କୁ ପରାସ୍ତ କରାଯିବ। ସେଥିପାଇଁ ବିଜେପିର ଯୋଦ୍ଧା ତଥା ପ୍ରାର୍ଥୀଙ୍କ ନିକଟରେ ମହାପ୍ରଭୁ ଙ୍କ ଆଶୀର୍ବାଦ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଚି ବିଜୟ ଅଭିଯାନ ଯାତ୍ରା। ମହାପ୍ରଭୂଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର, ମାଳ, ମହାପ୍ରସାଦକୁ ନିଆଯାଇ ଓଡ଼ିଶା ସବୁ ନିର୍ବାଚନ ମଣ୍ଡଳୀକୁ ଯାଇ ବିଜେପି ର ସବୁ ପ୍ରାର୍ଥୀ ଙ୍କୁ ମହାପ୍ରଭୂ ଙ୍କ ସାମଗ୍ରୀ ପ୍ରଦାନ୍ କରାଯାଇ ଆଗାମୀ ନିର୍ବାଚନ ଲଢେଇ ପାଇଁ ଉତ୍ସାହିତ କରାଯିବ।

hiranchal ad1
Leave A Reply

Your email address will not be published.

11 + six =