ନିଲମ୍ବିତ ହେଲେ ୩ କନଷ୍ଟେବଲ

0 133

ସମ୍ବଲପୁର: ଆଜି ତିନିଜଣ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି । ସରକାରୀ ଗାଡିରେ ତେଲ ପକାଇବାରେ ଓଭର ବିଲିଂ ଅଭିଯୋଗରେ ଆଜି ୩ଜଣ କନଷ୍ଟେବଲ ନିଲମ୍ବିତ ହୋଇଛନ୍ତି । ସେମାନେ ଚଞ୍ଚକତା କରି ଓଭର ବିଲିଂ କରିଥିଲେ । ଏଥିପାଇଁ ମୋଟର ଭେଇକିଲ ବିଭାଗର ୩ ଜଣ କନଷ୍ଟେବଲଙ୍କୁ ଜିଲ୍ଲା ଏସପି ନିଲମ୍ବିତ କରିଛନ୍ତି ।
୩ କନଷ୍ଟେବଲ୍ ତେଲ ବିଲ୍ ଓ ମିଟର ରିଡିଂ ଠିକ୍ ଭାବେ କରିନଥିବା ମଧ୍ୟ ଅଭିଯୋଗ ହୋଇଛି । କନଷ୍ଟେବଲଙ୍କୁ ନିଲମ୍ବନ ପରେ ଘଟଣାର ତଦନ୍ତ ଜାରି ରହିଛି ।

hiranchal ad1
Leave A Reply

Your email address will not be published.

five × 5 =