ପ୍ରଖ୍ୟାତ କଣ୍ଠଶିଳ୍ପୀ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

0 37

ସୁବର୍ଣ୍ଣପୁର : ମହାନଦୀ ସାହିତ୍ୟ ସଂସଦ ପ୍ରେକ୍ଷାଳୟରେ ଓଡ଼ିଶାର ବରେଣ୍ୟ କଣ୍ଠଶିଳ୍ପୀ ସଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରଦ୍ଧାଂଜଳି ସଭାରେ ଅନୁଷ୍ଠାନର ଉପ ସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ କବି ବେଣୁଧର ପ୍ରଧାନ, କବି ଲକ୍ଷ୍ମୀ ନାରାୟଣ ସାହୁ, ବନମାଳି ପଣ୍ଡା ଏବଂ ଯୁଧିଷ୍ଠିର ପଧାନି ଯୋଗଦାନ କରି ଶୋକାର୍ତ୍ତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଉକ୍ତ ସଭାକୁ ଅନୁଷ୍ଠାନର ସାଧାରଣ ସଂପାଦକ ଡକ୍ଟର ସୌରଭ ରଂଜନ ଖମାରୀ ସଂଯୋଜନା କରି କହିଥିଲେ ମହାନଦୀ ସାହିତ୍ୟ ସଂସଦ ସହିତ କମଳଦେଶର ରାଜ କୁମାର କଣ୍ଠଶିଳ୍ପୀ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଘନିଷ୍ଠ ସଂପର୍କ ଥିଲା । ମହାନଦୀ ସାହିତ୍ୟ ସଂସଦର ଆମନ୍ତ୍ରଣ କ୍ରମେ ସୁବର୍ଣ୍ଣପୁରକୁ ଆସି କହିଥିଲେ ପ୍ରକୃତରେ ମୁଁ କମଳ ଦେଶକୁ ଆସିଛି । ସୁବର୍ଣ୍ଣପୁର ମହାନଦୀ ଓ ଜହ୍ନରାତିକୁ ଭେଟିଲା ପରେ ମୋତେ ଲାଗୁଛି ମୁଁ କମଳ ଦେଶର ନଈକୂଳରେ ଛିଡ଼ା ହୋଇଛି । ସୁବର୍ଣ୍ଣପୁର ମୋର ପ୍ରିୟ ସହର ମଧ୍ୟରୁ ଗୋଟିଏ । ଏ ସହର ବାରମ୍ବାର ମୋର ସ୍ମରଣରେ ରହିବ । ସେଇ ପ୍ରିୟ କଣ୍ଠଶିଳ୍ପୀଙ୍କ ଆମର ଆତ୍ମାଙ୍କ ପ୍ରତି ମହାନଦୀ ସାହିତ୍ୟ ସଂସଦର ଶୋକାର୍ତ୍ତ ଶ୍ରଦ୍ଧାଂଜଳି । ଶେଷରେ କଣ୍ଠଶିଳ୍ପୀ ସୁରେନ୍ଦ୍ର ମିଶ୍ର ସ୍ୱର୍ଗତ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କୁ ସ୍ମରଣ କରି ତାଂକର ଏକ ଜନପ୍ରିୟ ଜଣାଣ “ଭୁଜ ତଳେ ମୋତେ ରଖ ମହାବାହୁ …”ଗୀତକୁ ଗାନ କରିଥିଲେ ।

hiranchal ad1
Leave A Reply

Your email address will not be published.

one − one =