ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବରେ ଅଳ୍ପନା ନାୟକ ଓ ସାଥୀଙ୍କ ନୃତ୍ୟ ପରିବେଷଣ

0 75

ଭୁବନେଶ୍ୱର :ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆଜି ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ଶ୍ରୀମତି ଅଳ୍ପନା ନାୟକ ଏବଂ ତାଙ୍କର ଶିଷ୍ୟା ବୃନ୍ଦ ନୃତ୍ୟ ପରିବେଷଣ କରିଛନ୍ତି । ନୂଆଦିଲ୍ଲୀରେ ଅବସ୍ଥାନ କରୁଥିବା ଶ୍ରୀମତି ଅଳ୍ପନା ନାୟକ ଜଣେ ନିପୂଣା ଓଡିଶୀ ନୃତ୍ୟଶିଳ୍ପୀ । ସେ ଆଇସିସିଆର ପ୍ୟାନେଲଭୁକ୍ତ ହୋଇଥିବା ବେଳେ ଦୂରଦର୍ଶନ କେନ୍ଦ୍ରର ଜଣେ ଗ୍ରେଡସ୍ତରୀୟ କଳାକାର ମଧ୍ୟ । ସେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟଠାରୁ ଫେଲୋସିପ୍‌ ମଧ୍ୟ ପାଇଛନ୍ତି । ଏହାଛଡା ସେ ଆସୋସିଏସନ ଫର ଲର୍ଣ୍ଣିଂ ପରଫରର୍ମିଂ ଆର୍ଟସ ଓ ନର୍ମାଟିଭ୍‌ ଆକ୍ସନ(ଏ.ଏଲ୍‌.ପି.ଏ.ଏନ୍‌.ଏ)ର ପ୍ରତିଷ୍ଠାତା ଅଧ୍ୟକ୍ଷା ।
ଶ୍ରୀମତି ଅଳ୍ପନା ଖଜୁରାହ ଡ୍ୟାନ୍ସ ଫେଷ୍ଟିଭାଲ, ଏଲିଫ୍ୟାଣ୍ଟା ଫେଷ୍ଟିଭାଲ-ମୁମ୍ବାଇ, କାଳୀଦାସ ସମାରୋହ-ନାଗପୁର, ବିରାସତ ଫେଷ୍ଟିଭାଲ-ଡେରାଡୁନ୍‌, ଓଡିଶୀ ଇଣ୍ଟରନ୍ୟାସନ ଫେଷ୍ଟିଭାଲ-ଭୁବନେଶ୍ୱର, ସିନ୍ଧୁ ଦର୍ଶନ-ଲଦାଖ, ସଂକଟମୋଚନ ଫେଷ୍ଟିଭାଲ-ବାରଣାସୀ, ଆଇଲ୍ୟାଣ୍ଡ ଫେଷ୍ଟିଭାଲ-ପୋର୍ଟ ବ୍ଲେୟାର, ମହାବଳିପୁରମ ଡ୍ୟାନ୍ସ ଫେଷ୍ଟିଭାଲ-ତାମିଲନାଡୁ, କ୍ରୀଷ୍ଣା ଗଣସଭା-ଚେନ୍ନାଇ, କ୍ଲାସିକାଲ ଡ୍ୟାନ୍ସ ଫେଷ୍ଟିଭାଲ-ଗୋଆ, ମୋଧେରା ଡ୍ୟାନ୍ସ ଫେଷ୍ଟିଭାଲ-ଗୁଜୁରାଟ ଭଳି ବହୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକକ ନୃତ୍ୟ ସାଙ୍ଗକୁ ନିଜର ସାଥୀବୃନ୍ଦଙ୍କ ସହ ମଧ୍ୟ ନୃତ୍ୟ ପରିବେଷଣ କରି ପ୍ରଶଂସା ଓ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଆହୁରି ମଧ୍ୟ, ସେ ଦେଶ ବାହାରେ ମଧ୍ୟ ଏକାଧିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରି ପ୍ରଶଂସିତ ହୋଇଥିବା ବେଳେ ଦେଶକୁ ଗୌରବନ୍ୱିତ କରିଛନ୍ତି । ଅଷ୍ଟ୍ରେଲିଆ, ବାଂଲାଦେଶ, ଭୁଟାନ, ଇଂଲଣ୍ଡ, ଜାପାନ, ମାଲେସିଆ, ମଙ୍ଗୋଲିଆ, ଋଷିଆ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ଭଳି ଦେଶରେ ନିଜର ନୃତ୍ୟ ନୈପୂଣ୍ୟ ପ୍ରଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ଗୁରୁ ଅଳ୍ପନା ଏବଂ ତାଙ୍କର ପ୍ରଚଣ୍ଡ ପ୍ରତିଭା ସଂପନ୍ନ ଶିଷ୍ୟା ପିହୁ, ଦିଶା, ଦେବିକା, ୟସ୍ତିକା, ଲାଭିସା ଓ ନେରିଶା ଆଜି ଅନୁଷ୍ଠିତ ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବ-୨୦୨୨ରେ ଏକ ସ୍ୱତନ୍ତ୍ର ନୃତ୍ୟାଭିନୟ “ଶକ୍ତି’ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହି ଶକ୍ତି ନୃତ୍ୟାଭିନୟରେ ଦେବୀ ଦୁର୍ଗାଙ୍କର ଭିନ୍ନ ଭିନ୍ନ ରୂପର ଅବତାରଣା କରାଯାଇଥିଲା-ଯଥା ମହିଷା ମର୍ଦ୍ଦିନୀ, ବିଶ୍ୱ ବିନୋଦିନୀ, ବିଷ୍ଣୁ ବିଳାସିନୀ, ଶୈଳସୂତା, ମା’ ଜଗଜ୍ଜନନୀ ଇତ୍ୟାଦି । ଏହି ନୃତ୍ୟାଭିନୟରେ ସଂଗୀତ ସଂଯୋଜନା ଶ୍ରୀ ପ୍ରଶାନ୍ତ ବେହେରା କରିଥିଲା ବେଳେ ରିଦିମ୍‌ ସଂଯୋଜନା କରିଥିଲେ ପ୍ରଫୁଲ୍ଲ ମଙ୍ଗରାଜ ଏବଂ ନିଜେ ଶ୍ରୀମତୀ ଅଳ୍ପନା ନାୟକ ଥିଲେ ଏହାର ନୃତ୍ୟ ନିର୍ଦ୍ଦେଶିକା । ଏହି କାର୍ଯ୍ୟକ୍ରମକୁ ଉପସ୍ଥିତ ସଂଗୀତ ଓ ନୃତ୍ୟପ୍ରେମୀ ମନଭରି ଉପଭୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × 4 =