ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆଙ୍କ ଶେଷକୃତ୍ୟ ସଂପନ୍ନ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0 57

ଗାନ୍ଧୀନଗର: ଆଜି ପୂର୍ବାହ୍ନରେ ଗାନ୍ଧୀନଗରସ୍ଥିତ ଶ୍ମଶାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ୍‌ ମୋଦୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମାଆଙ୍କ ଚିତାରେ ନିଆଁ ଦେବା ପରେ ଯୋଡ଼ହସ୍ତ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ।

ଶୋକାଭିଭୂତ ପ୍ରଧାନମନ୍ତ୍ରୀଙ୍କ ପାଖରେ ଥିଲେ ତାଙ୍କ ଭାଇ ସୋମାଭାଇ ଏବଂ ପରିବାରର ଅନ୍ୟ ସଦସ୍ୟମାନେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନ୍ୟାନ୍ୟ ଆତ୍ମୀୟସ୍ବଜନ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଶ୍ମଶାନରେ ଉପସ୍ଥିତ ଥିଲେ।ଅହମଦାବାଦସ୍ଥିତ ଡାକ୍ତରଖାନାରେ ଚିକିତ୍ସାଧୀନା ଅବସ୍ଥାରେ ହୀରାବେନ୍‌ ରାତି ୩.୩୦ରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଖବର ପାଇ ଆଜି ପ୍ରତ୍ୟୁଷରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନ ଯୋଗେ ଯାଇ ଅହମଦାବାଦରେ ପହଞ୍ଚିଥିଲେ। ଏହାପରେ ମାଆଙ୍କ ଶେଷକୃତ୍ୟ ଲାଗି ସେ ଗାନ୍ଧୀନଗର ଯାଇ ମାଆଙ୍କ କୋକଇେ କାନ୍ଧେଇ ଶ୍ମଶାନ ଅଭିମୁଖେ ଯାତ୍ରା କରିଥିଲେ।

hiring

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କ ମୃତ୍ୟୁ ଖବର ପାଇ ବହୁ ନେତା ଶୋକବ୍ୟକ୍ତ କରିଛନ୍ତି। ଟୁଇଟ୍‌ କରି କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାତା ଶ୍ରୀମତୀ ହୀରା ବା’ଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ। ଏଭଳି ଦୁଃଖଦ ସମୟରେ ମୁଁ ତାଙ୍କୁ ଓ ତାଙ୍କ ଆତ୍ମୀୟସ୍ବଜନଙ୍କୁ ଗଭୀର ସମବେଦନା ଓ ଶ୍ରଦ୍ଧା ଜ୍ଞାପନ କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍‌ ମୋଦୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।  ହୀରାବେନ୍‌ ମୋଦୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ  ନବୀନ ପଟ୍ଟନାୟକ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ନିର୍ଦେଶ ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

2 × 3 =