ପଛୁଆ ପାଣିର ବନ୍ୟା: ମହାନଦୀ ଉଭୟ ତଟର ଗାଁ ଲୋକେ ପ୍ରଭାବିତ

0 95

ସମ୍ବଲପୁର:ମହାନଦୀର ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ନିର୍ମିତ, କିନ୍ତୁ ଏବେ ଏହାର ପରିଚାଳନା ଗତ ତ୍ରୁଟି ଓ ଭୁଲ ନିଷ୍ପତ୍ତି ଯୋଗୁଁ ସମ୍ବଲପୁରବାସୀ ଓ ଏହି ନଦୀର ଉଭୟ ତଟବର୍ତ୍ତୀ ଗାଁ ଲୋକେ ବନ୍ୟା କଷ୍ଟ ଭୋଗିବାକୁ ବାଧ୍ୟ ହୋଇଛନ୍ତି । ଗତ କିଛି ଦିନ ହେଲା ଓଡ଼ିଶା ଓ ପଡୋଶୀ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ସମସ୍ତ ଜଳ ଉତ୍ସରେ ବନ୍ୟା ପରିଲକ୍ଷିତ ହୋଇଛି ଓ ତନ୍ମଧ୍ୟରୁ ମହାନଦୀ ଅନ୍ୟତମ । ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ବହୁ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଛି ଓ ଏହା ନିଷ୍କାସନ ପାଇଁ ୩୪ଟି ଗେଟ ଖୋଲାଯାଇଥିଲା । ଇତି ମଧ୍ୟରେ ମହାନଦୀର ତଳମୁଣ୍ଡରେ ବନ୍ୟା ଏଡାଇବା ପାଇଁ ଦୁଇ ଦିନ ପର୍ଯ୍ୟନ୍ତ ୮ଟି ଗେଟ ବନ୍ଦ କରାଗଲା ଓ ମାତ୍ର ୨୬ଟି ଗେଟ ଖୋଲି ଜଳ ନିଷ୍କାସନ ଜାରି ରଖାଗଲା, ଯଦିଓ ଠିକ ସେତେବେଳେ ଉପରମୁଣ୍ଡରୁ ନିରନ୍ତର ଭାବେ ପ୍ରତି ସେକେଣ୍ଡ ୭ ଲକ୍ଷ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିଲା ଯାହାକି କ୍ରମଶଃ ବଢ଼ି ୧୦ ଲକ୍ଷ ଘନଫୁଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଏଭଳି ଭୁଲ ନିଷ୍ପତ୍ତି ଯୋଗୁଁ ଜଳଭଣ୍ଡାରର ପଛୁଆ ପାଣି ଏପଟେ ବରଗଡ଼ ଓ ସେପଟେ ଝାରସୁଗୁଡ଼ା ଜିଲ୍ଲାର ଅନେକ ଗାଁ ଗଣ୍ଡାରେ ହଠାତ ପଶିଗଲା ଓ ସେଠାକାର ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ବାଧ୍ୟ ହେଲେ ।

hiring

ଏହି ମାନବକୃତ ବନ୍ୟାର ତାଣ୍ଡବ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ସହିତ ବରଗଡ଼ ଜିଲ୍ଲାର ଅମ୍ବାଭୋନା ଆଦି ଦୁଇଟି ବ୍ଲକରେ ଦେଖାଗଲା ଓ ପ୍ରାୟ ହଜାରେ ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଥିଲା । ଏବିଷୟରେ ଅନେକ ତୁମ୍ଭିତୋଫାନ ପରେ ଗତ ସନ୍ଧ୍ୟାରୁ ହୀରାକୁଦରୁ ଜଳ ନିଷ୍କାସନ ପାଇଁ ଆଉ ୧୪ଟି ଖୋଲା ଯାଇଛି । ବର୍ତ୍ତମାନ ସ୍ଥିତି ଅନୁସାରେ ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୬.୪୧ ଫୁଟ ରେକର୍ଡ କରାଯାଇଛି ଓ ସେତେବେଳେ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳରାଶିର ପରିମାଣ ପ୍ରତି ସେକେଣ୍ଡ ୬.୪୨ଲକ୍ଷ ଘନଫୁଟ ଓ ୪୦ଟି ଗେଟ ଦେଇ ପ୍ରତି ସେକେଣ୍ଡ ୬.୮୦ ଲକ୍ଷ ଘନଫୁଟ ଜଳ ନିଷ୍କାସିତ ହେଉଥିଲା । ଆସନ୍ତା କାଲି ଠାରୁ ଆଗାମୀ ତିନି ଦିନ ଯାଏଁ ଲଘୁଚାପ ଫଳରେ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ସେତେବେଳେ ସ୍ଥିତି କ’ଣ ରହିବ ଓ ବନ୍ୟା ନିୟନ୍ତ୍ରଣ କିପରି ହୋଇପାରିବ, ତାହା ହିଁ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଉଛି ।

hiranchal ad1
Leave A Reply

Your email address will not be published.

seven + seventeen =