ମାଳତୀ ଝୁଲଣ ଯାତ୍ରା ଉଦଯାପିତ

0 43

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌଡିୟ ସଂପ୍ରଦାୟର ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) ଚାଲିଥିବା ମାଳତୀ ଝୁଲଣ ଯାତ୍ରା ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି ।
ଏହି ଯାତ୍ରା ଶ୍ରାବଣ ମାସର ଶୁକ୍ଳ ପକ୍ଷ ଦଶମୀଠାରୁ ଆରମ୍ଭ ହୋଇ ରାକ୍ଷୀ ପୂର୍ଣ୍ଣିମା ଯାଏଁ ମାଳତୀ ଝଲଣ ଯାତ୍ରା”ଅନୁଷ୍ଠିତ ହୋଇଥିଲା ।
ଏହି ଉତ୍ସବର ମୂଳଲକ୍ଷ୍ୟ ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ ପରେ ପରେ ବର୍ଷା ଋତୁର ଆଗମନରେ ବୃନ୍ଦାବନର ଶ୍ୟାମଳ ଶୋଭାକୁ ଦେଖି କରି ଗୋପୀମାନଙ୍କ ମନରେ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କୁ ଝୁଲଣ ବିହାର କରାଇବା ପାଇଁ ଇଚ୍ଛା ଜାଗୃତ ହେଲା, ସେତେବେଳେ ପୂର୍ଣ୍ଣିମାସୀ ଓ ବୃନ୍ଦାଦେବୀ ବୃନ୍ଦବନକୁ ବିଭିନ୍ନ ଫଳ ଓ ପୁଷ୍ପରେ ସଜାଇ ଥିଲେ ।
ଏହି ଉତ୍ସବକୁ ସ୍ମରଣ କରି ବିଭିନ୍ନ ଆଚାର୍ଯ୍ୟ ମାନଙ୍କ ପରମ୍ପରା ଅନୁସାରେ ଶହ ଶହ ବର୍ଷ ଧରି ଏହି ଯାତ୍ରା ପାଳିତ ହୋଇ ଆସୁଛି । ଏହି ଉତ୍ସବଟି ମାଳତୀ ଫୁଲ ଦ୍ୱାରା ସାଜସଜା ଠାକୁର ଶ୍ରୀରାଧାକୃଷ୍ଣଙ୍କୁ ଝୁଲଣ କୁଞ୍ଜରେ ବିଜେ କରାଇ ତାଳ, ମୃଦଙ୍ଗ, ଘଣ୍ଟ, ଶଙ୍ଖ ଧ୍ୱନିରେ ପାରମ୍ପାରିକ ନୀତିରେ ନୀତିକାନ୍ତ କରାଯାଇଥାଏ ।

hiring


ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠରେ ଶହେ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଏହି ଯାତ୍ରା ପାଳିତ ହୋଇଆସୁଛି । ଶ୍ରୀରାଧାକୃଷ୍ଣ ଦୁହେଁ ଝୁଲଣ କୁଞ୍ଜରେ ବିଜେ ପରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ପରେ ଗଞ୍ଜାମ ଜିଲ୍ଲା ଏରେଣ୍ଡା ପଞ୍ଚାୟତର କାଳଷଣ୍ଡପୁର ଶାସନ ଗ୍ରାମର ଦାସକାଠିଆ ଗାହକ ଲଳିତ ମୋହନ ଦାଶଙ୍କ ଦାସକାଠିଆ ପରିବେଷଣ, ଜୟବୀର ହନୁମାନ ସଂକୀର୍ତ୍ତନ ମଣ୍ଡଳୀର ବୀରକିଶୋର ପଟ୍ଟନାୟକ, ରବି ନାରାୟଣ ଚୌଧୁରୀ ଓ ସାଥିଙ୍କ ଦ୍ୱାରା ସଂକୀର୍ତ୍ତନ କାର୍ଯ୍ୟକ୍ରମ ଓ ଗଜପତି କଳା ପରିଷଦର ଭକ୍ତି ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଉତ୍ସବକୁ ମଠର ମହନ୍ତ ମହାରାଜ ମଦନ ଗୋପାଳ ଦାସଜୀ, ନାରାୟଣ ପାଣି, ଗୋପାଳକୃଷ୍ଣ ରଥ, ବାବା ମଧୁସୁଦନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

eleven + thirteen =