୧୦ମ ଶ୍ରେଣୀ ଛାତ୍ରଙ୍କୁ କାମୁଡ଼ିଲା ବିଷଧର ସାପ

0 152

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଘଟଣ ବିଦ୍ୟାଳୟରେ ୧୦ମ ଶ୍ରେଣୀ ରେ ଅଧ୍ୟୟନ କରୁଥିବା ଛାତ୍ର ଙ୍କୁ କାମୁଡ଼ିଲା ବିଷଧର ସାପ l ବିଦ୍ୟାଳୟ ର ୧୦ମ ଶ୍ରେଣୀ ଛାତ୍ର ଅଶୋକ ମଲ୍ଲିକ ଆଜି ବିଦ୍ୟାଳୟ ଆସିଥିବା ସମୟରେ ସ୍କୁଲ ନଳକୂପରୁ ହାତଧୋଇ ଫେରିବା ସମୟରେ ହଠାତ ସେହି ନଳକୂପ ନିକଟରେ ଯାଉଥିବା ଏକ ବିଷଧର ସାପ ଉପରେ ଗୋଡ଼ ପକାଇ ଦେଇଥିଲେ ଯାହା ଫଳରେ ସାପଟି ଅଶୋକଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା । ତେବେ ତୁରନ୍ତ ଏହି ଖବର ପ୍ରଧାନ ଶିକ୍ଷୟିତ୍ରୀ ଝୁନୁ ରାଣୀ ପ୍ରଧାନ ଜାଣି ପାରି ତୁରନ୍ତ ଛାତ୍ରଙ୍କୁ ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଡ଼ାକ୍ତରଖାନାରେ ପହଁଚିବା ପରେ ଡାକ୍ତର ତୁରନ୍ତ ଛାତ୍ରଙ୍କ ଚିକିତ୍ସା ଆରମ୍ଭ କରିଥିଲେ ଯାହାଦ୍ୱାରା ଛାତ୍ରଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

11 + 4 =