ବିଶ୍ୱ ଅହିଂସା ଦିବସ ପାଳିତ

0 48

ଘୁ ଉଦୟଗିରି: ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍‌ ନେଚର୍‌ ଏଜୁକେଶନ ଏଣ୍ଡ ହେଲଥ୍‌ (ସ୍ନେହ) ପକ୍ଷରୁ ଘୁ ଉଦୟଗିରି ବ୍ଲକ ଅଧିନସ୍ଥ ରଟିଙ୍ଗିଆ ପଞ୍ଚାୟତ ଠାରେ ବିଶ୍ୱ ଅହିଂସା ଦିବସ ପାଳିତ ହୋଇଯାଇଛି । ଏହି ଅନୁଷ୍ଠାନ ୨୦୦୯ ମସିହା ଠାରୁ କନ୍ଧମାଳରେ ଶାନ୍ତି ଓ ସଦଭାବନା ରକ୍ଷା କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରି ଆସୁଅଛି । ଏହି ଉଦ୍ଦେଶ୍ୟରେ ଗାନ୍ଧୀଙ୍କର ଅହିଂସା ନୀତିକୁ ଆଧାର କରି ବିଶ୍ୱ ଅହିଂସା ଦିବସ ପାଳନ କରୁଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗ୍ରେଶୀଙ୍ଗିଆ ଆରସ୍ମିନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହମ୍ମଦ ଜାମିଲ,ସମ୍ମାନିତ ଅତିଥି ଭାବେ ରଟିଙ୍ଗିଆ ପଞ୍ଚାୟତ ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ନାଏବ ସରପଞ୍ଚ ଶ୍ରୀମତୀ ସରଳା ପ୍ରଧାନ, ମହିଳା ସଂଗଠାନରେ ଏମ୍‌ବିକେ ଡି.ସବନମ, ପଣ୍ଡିତ ରାମଚନ୍ଦ୍ର ପଣ୍ଡା, ପାଳକ ବିଜୟ ଚନ୍ଦ୍ର ମଲ୍ଲିକ ଯୋଗ ଦେଇଥିଲେ । ମଞ୍ଚାସିନ ଅତିଥି ନିଜ ବକ୍ତବ୍ୟରେ ଅହିଂସା ବିଷୟରେ ନିଜ ନିଜର ମତ ରଖିଥିଲେ । ସଂଯୋଜକ ଅଜୟ କୁମାର ସାହୁ ପରିଚାଳନା କରିଥିବା ବେଳେ ହୃଷୀକେଶ ପ୍ରଧାନ ସଂଯୋଜନା କରିବା ସହ ତରୁଲତା ଦିଗାଲ,ବିରଜା ମୁଖୀ, ରଟିଙ୍ଗିଆ ଓ ଲିଙ୍ଗାଗଡ଼ର ଶାନ୍ତି କମିଟି ସଦସ୍ୟ,ଛାତ୍ରଛାତ୍ରୀ,ସାମାଜିକ କର୍ମୀ,ଉପସ୍ଥିତ ଥିଲେ । ଶେଷରେ ପରିଚାଳକ ସମସ୍ତଙ୍କୁ ଧନ୍ୟବାଦ୍‌ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ ।

hiranchal ad1
Leave A Reply

Your email address will not be published.

10 − five =