ଇ-କମର୍ସ ଟ୍ରକ ଦୁର୍ଘଟଣା ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର

0 257

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ଗ୍ରାମ ନିକଟ ବୁଡାଗୁଡ଼ା ଛକ ବୁଲାଣି ରାସ୍ତାରେ ଏକ ଇ-କମର୍ସ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ତଳ ଖାଲକୁ ଖସି ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣାରେ ଟ୍ରକରେ ଥିବା ଡ୍ରାଇଭର ଜଣକ ଅଳ୍ପକେ ମୃତ୍ୟ ମୁଖରୁ ବର୍ତ୍ତି ଯାଇଥିବା ବେଳେ ଟ୍ରକରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଗୁଡ଼ିକ ଏଣେ ତେଣେ ପଡ଼ି ଯାଇଥିଲା । ସୂଚନା ମୁତାବକ ଭବାନୀପାଟଣାରୁ ଅନଲାଇନ ଦ୍ୱାରା ଅର୍ଡର ହୋଇଥିବା ସାମଗ୍ରୀକୁ ଇ-କମର୍ସ ଟ୍ରକ ନମ୍ବର OD02AZ8347 ଦାରିଙ୍ଗବାଡି ଆସୁଥିବା ବେଳେ ଦାରିଙ୍ଗବାଡି ପଟୁ ଆଉ ଏକ ଟ୍ରକକୁ ସାଇଡ ଦେବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରକରେ ଥିବା ସାମଗ୍ରୀ ଓ ବାହାରେ ପଡ଼ିଥିବା ସାମଗ୍ରୀ ଗୁଡିକୁ ଆଉ ଏକ ଟ୍ରକ ଦ୍ୱାରା ଦାରିଙ୍ଗବାଡିରେ ପହଞ୍ଚାଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + 7 =