ତୁମୁଡ଼ିବନ୍ଧରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

0 90

ବାଲିଗୁଡ଼ା: ନବୀନ ସରକାରଙ୍କ ସମସ୍ତ ଯୋଜନାକୁ ଗାଁଗାଁରେ ଘରେ ଘରେ ପହଞ୍ଚାଇବା ପାଇଁ ଗାନ୍ଧୀ ଜୟନ୍ତୀ ଦିନଠାରୁ ଆରମ୍ଭ ହୋଇଛି ବିଜୁଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଏହି ପଦ ଯାତ୍ରା ତୁମୁଡିବନ୍ଧ ବ୍ଲକ୍‌ ବିଜୁ ଜନତା ଦଳ କାର୍ଯ୍ୟାଳୟରୁ ଆରମ୍ଭ କରି ମୁଣ୍ଡିଗଡ ପଞ୍ଚାୟତ ସେବାଭାରତୀ ପର୍ଯ୍ୟନ୍ତ ଶହଶହ ଲୋକ ପଦଯାତ୍ରା କରିଥିଲେ । ମୁଖ୍ୟ ରାସ୍ତାରେ ପଡୁଥିବା ପ୍ରତ୍ୟେକ ଘରକୁ ଯାଇ ନବୀନ ସରକାରଙ୍କ ବିକାଶମୂଳକ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ । ଏହା ସହ ପ୍ରତ୍ୟେକ ଲୋକଙ୍କ ସୁବିଧା ଅସୁବିଧା ବିଷୟରେ ଲୋକଙ୍କୁ ସହ ଆଲୋଚନ କରିଥିଲେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଏବଂ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ । ଶତାଧିକ ମହିଳା ପୁରୁଷ ହାତରେ ପ୍ଲା କାର୍ଡ ଧରି ସ୍ୱତ ପ୍ରବୃତ ଭାବରେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ତୁମୁଡିବନ୍ଧ ବିଜୁ ଜନତା ଦଳ ସଭାପତି ପ୍ରମୋଦ କୁମାର ସାହୁ, ପଞ୍ଚାୟତ ସଭାପତି ଜିସାୟ ମଣ୍ଡଳ, ଛାତ୍ର ସଭାପତି ସୁଜିତ କୁମାର ସାହୁ, ବରିଷ୍ଠ କର୍ମୀ ଉମେଶ ଦଣ୍ଡସେନା, କୁନା ଦଣ୍ଡସେନା, ଝୁନା ପରିଡା, ବେଳାରସନ ପରାସେଥ, ଗଙ୍ଗା ମିଶ୍ର, ଅମୀୟ ପରାସେଥ, ସନ୍ତୋଷ ସାହୁ,ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ମାଝୀ, ସମିତି ସଭ୍ୟ ସୁଭଦ୍ରା ବେହେରଦଳାଇ, ଜିଲାପରିଷଦ ସଭ୍ୟ ନବୀନ ପାତ୍ର, ପୂର୍ବତନ ବିଧାୟକ ରାଜୀବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

6 + seventeen =