ବନବିଭାଗ ପକ୍ଷରୁ କୋଟଗଡ଼ଠାରେ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ

0 112

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ବନାଞ୍ଚଳରେ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରରେ କୋଟଗଡ଼ ବନାଞ୍ଚଳ ପକ୍ଷରୁ ପ୍ରଥମେ ଏକ ସଚେତନତା ରାଲି କରାଯାଇଥିଲା । ଏହା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ବନଖଣ୍ଡରେ ଥିବା ସମସ୍ତ ବନ୍ୟପ୍ରାଣୀଙ୍କୁ କିଭଳି ଉଚିତ୍‌ ସୁରକ୍ଷା ଦିଆଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା । ଏଥିସହିତ ହାତୀର ସୁରକ୍ଷା ଏବଂ ଶିକାରୀ ବିଷୟରେ ଜାଣିବାକୁ ପାଇଲେ ତୁରନ୍ତ ବନବିଭାଗକୁ ଜଣାଇବା ପାଇଁ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ହାତୀ ସାଥି ନାମକ ପଦବୀ ରଖି କେମିତି ହାତୀର ସୁରକ୍ଷା ଏବଂ ସୁରକ୍ଷା ପାଇଁ ଉଚିତ୍‌ ପଦକ୍ଷପ ନେଇହେବ ସେନେଇ ସ୍ଥିର କରାଯାଇଛି । ଏଥିସହିତ ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ୱାଇଲ୍ଡ ଲାଇଫ୍‌ ୱାର୍ଡେନ୍‌ ତଥା ବରିଷ୍ଠ ଆଇନଜୀବି କୌଶିକ ଚନ୍ଦ୍ର ସାହୁ,ଏସିଓଏଫ୍‌ ସୌମ୍ୟରଞ୍ଜନ ସାହୁ, କୋଟଗଡ଼ ବ୍ଲକ୍‌ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋଟଗଡ଼ ଥାନାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସମେତ ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ସାତୋଟି ବନାଞ୍ଚଳର ସମସ୍ତ ଅଫିସର ସାମିଲ ହୋଇଥିଲେ । ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି କୋଟଗଡ଼ ବନାଞ୍ଚଳ ଅଧିକାରୀ ସୁର୍ଯ୍ୟକାନ୍ତ ବେହେରା ।

hiranchal ad1
Leave A Reply

Your email address will not be published.

thirteen − two =