ବୈବାହିକ ଜୀବନରେ ଅସଫଳ ମହିଳାଙ୍କ ନିଆରା ପ୍ରୟାସ

0 38

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଧରାକୋଟ ସ୍ଥିତ ବାଲ୍ମୀକିସ୍ୱର ଅନାଥ ଆଶ୍ରମରେ ଅନ୍ତେବାସୀଙ୍କୁ ସହାୟତାର ହାତ ବଢ଼ାଇଲେ ବୈବାହିକ ଜୀବନରେ ଅସଫଳ ହୋଇଥିବା ସମାଜସେବୀ ତଥା ଶିକ୍ଷୟତ୍ରୀ ରଶ୍ମିତା କୁମାରୀ ରାଉଳ ଓ ଓଡିଶା କିନ୍ନର ସଙ୍ଘ ସଦସ୍ୟ । ଶିକ୍ଷୟତ୍ରୀ ରଶ୍ମିତା ରାଉଳ କିଛି ମାସ ପୂ୍‌ର୍ବ ନିଜ ହକ ଓ ନ୍ୟାୟ ଦାବିରେ ପୋଡ଼ାପଲ୍ଲୀ ଗ୍ରାମରେ ସ୍ୱାମୀଙ୍କ ଘର ଆଗରେ ଧାରଣା ଦେଇ ସଂଘର୍ଷ କରିଥିଲେ । ତେବେ ସେ ବୈବାହିକ ଜୀବନରେ ଅସଫଳ ହୋଇଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାର ନମାନି ଅନ୍ୟପାଇଁ କିଛି କରିବା ଉଦ୍ଦେଶ୍ୟ ନେଇ ସେ ବର୍ତ୍ତମାନ ସମାଜସେବା କ୍ଷେତ୍ରରେ ପାଦ ଥାପିଛନ୍ତି । ସେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇ ସେମାନଙ୍କ ମୁହଁରେ ହସ ଫୁଟାଇବାର ନୁଆଁ ପ୍ରୟାସ ଆରମ୍ଭ କରିଛନ୍ତି । ଏଥିରେ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଓଡିଶା କିନ୍ନର ସଙ୍ଘ ତାଙ୍କୁ ସାଥ ଦେଇଥିବା ବେଳେ ଆଜି ସେ ଧରାକୋଟ ବ୍ରିଜ ନିକଟରେ ଥିବା ଅନାଥ ଆଶ୍ରମକୁ ଯାଇ ଅନ୍ତେବାସୀଙ୍କ ଭଲ ମନ୍ଦ ବୁଝିବା ସହିତ ସେମାନଙ୍କୁ ଖାଦ୍ୟ ସାମଗ୍ରୀ, ବସ୍ତ୍ର ଓ ପୁରସ୍କାର ବଣ୍ଟନ କରିଥଲେ । ଏହି ଅବସରରେ ଓଡିଶା କିନ୍ନର ସଂଘ ସଭାପତି ସ୍ୱିଟି ସାହୁ, ଗଞ୍ଜାମ ଜିଲ୍ଲା କିନ୍ନର ସଙ୍ଘ ସଭାପତି ସମେତ ଅନେକ ସଦସ୍ୟ ଓ ଅନାଥ ଆଶ୍ରମ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

nineteen − three =