ଦଶପଲ୍ଲା ମାଟିର ଗୌରବ ଶୃତି ସୁଲଗ୍ନା

0 276

ଦଶପଲ୍ଲା : ତୁଳସୀ ଦୁଇପତ୍ରରୁ ବାସେ । ଏ କଥା ଆଜି ପ୍ରମାଣିତ ହୋଇସାରିଛି । ଦଶପଲ୍ଲା ମାଟି ମେଧାବୀ ଛାତ୍ରୀ, କୁନି ଅଭିନେତ୍ରୀ, ତଥା କୁନି ସଙ୍ଗୀତ ସାଧିକା ଶୃତି ସୁଲଗ୍ନା ରାଜ୍ୟର ବିଭିନ୍ନ ସ୍ଥାନରେ ସଂଗୀତ ପରିବେଷଣ କରି ସମ୍ମାନିତ ହୋଇଥିବାବେଳେ ଆଜି ଦଶପଲ୍ଲା ମାଟିକୁ ପୁଣି ଥରେ ଗୌରବ ମଣ୍ଡିତ କରିଛନ୍ତି । ଏକକ ସଙ୍ଗୀତରେ ୧୩ ବର୍ଷ ବୟସ୍କା, ଶୃତି ସୁଲଗ୍ନା ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ମହାନ ଜନନାୟକ ନବୀନ ପଟ୍ଟନାୟକଙ୍କ ହସ୍ତରୁ ସମ୍ମାନୀତ ହେବା ସହ ଟ୍ରଫି ଗ୍ରହଣ କରିଛନ୍ତି । ଯାହାକି ସମଗ୍ର ଦଶପଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିପାଇଁ ଶୃତିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏ ନେଇ ଶୃତି ସୁଲଗ୍ନା ବେଶ୍‌ ଖୁସିଥିବା ଦେଖିବାକୁ ମିଳିଛି । ଶୃତି ସୁଲଗ୍ନା ଦଶପଲ୍ଲାର ବିଶିଷ୍ଠ ସଂଗୀତକାର କୁରେସ କୁମାର ସାହୁଙ୍କ ଜ୍ୟୋଷ୍ଠ କନ୍ୟା ଅଟନ୍ତି ।

hiranchal ad1
Leave A Reply

Your email address will not be published.

four × four =