ଦାରିଙ୍ଗବାଡ଼ିରେ ବିଜେପିର ଓବିସି ଜାତିବର୍ଗ ସମ୍ମିଳନୀ

0 180

ବାଲିଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନର ୮ବର୍ଷ ପୂର୍ତ୍ତି ଉପଲକ୍ଷେ ଦାରିଙ୍ଗବାଡ଼ି ଶିବ ମନ୍ଦିର କମିଟି ଗୃହଠାରେ ଜିଲ୍ଲା ଓବିସି ମୋର୍ଚ୍ଚା ତରଫରୁ ଓବିସି ଜାତିବର୍ଗ ସମ୍ମିଳନୀ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ହରେନ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଯୋଗଦେଇ ନରେନ୍ଦ୍ର ମୋଦୀ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ବିଷୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମ ଲୋଚନ ଦାସ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ବାବଦରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ନରେନ୍ଦ୍ର ମୋଦୀଙ୍କ ଜନ କଲ୍ୟାଣ ଯୋଜନାକୁ ଗାଁଗାଁରେ ପହଞ୍ଚାଇବା ପାଇଁ ଜିଲ୍ଲା ଓବିସି ସଭାପତି ହରେନ ସାହୁ କହିବା ସହିତ ଓବିସି ବର୍ଗ ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ଶିକ୍ଷା କ୍ଷେତ୍ରରେ ରଖିଥିବା ସଂରକ୍ଷଣ ବାବଦରେ ଗୁଋତ୍ୱ ଦେଇ ଲୋକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ବ୍ଲକ ସଭାପତି ସନ୍ତୋଷ କୁମାର ସାହୁ, ଜିଲ୍ଲା ସମ୍ପାଦକ ମହେଶ୍ୱର ସାହୁ, ବାଲିଗୁଡା ଏନଏସି ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ପାତ୍ରଙ୍କ ସମେତ ସୋନାଲି ପ୍ରଧାନ, ଦିଲୀପ ପ୍ରଧାନ, ପ୍ରଭାକର ସାହୁ ଜୟ ଚନ୍ଦ୍ର ପଡ୍ରା, ମୀନକେତନ ସାହୁଙ୍କ ସମେତ ବହୁ ସଂଖ୍ୟଙ୍କ ଦଳୀୟ କର୍ମୀ ଓ ଜନସାଧାରଣ ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

eleven − 1 =